କନକ ବ୍ୟୁରୋ: ଆଜି ଭାରତ ପାଳନ କରୁଛି ୭୮ ତମ ସ୍ୱାଧିନତା ଦିବସ । ଏହି ଅବସରରେ ଲାଲକିଲ୍ଲାରେ ଦେଶବାସୀଙ୍କୁ ସମ୍ବୋଧନ କରିବା କ୍ରମରେ ଅଲିମ୍ପିକ୍ସକୁ ନେଇ ମୋଦୀ କରିଛନ୍ତି ବଡ ଘୋଷଣା ।

Advertisment

ମୋଦୀ କହିଛନ୍ତି, ‘ ଆମେ ଚାହୁଁଛୁ ଭାରତର ସ୍ଥିତି ସାରା ବିଶ୍ୱରେ ସବୁବେଳେ ଆଗରେ ରହୁ । ଆମେ ‘ଡିଜାଇନ୍ ଫର ଇଣ୍ଡିଆ, ଡିଜାଇନ୍ ଫର ୱାର୍ଲ୍ଡ’ ଦିଗରେ କାମ କରୁଛୁ । ବିଗତ ଦିନରେ ଜି-୨୦ ସମ୍ମିଳନୀକୁ ଭାରତ ଯେଉଁଭଳି ଭାବରେ ଆୟୋଜନ କରିଛି ତାହା ସାରା ବିଶ୍ୱ ଦେଖିଛି । ଅକ୍ଷୟ ଶକ୍ତିର ଲକ୍ଷ୍ୟ ନିର୍ଦ୍ଧାରଣ ଯାହା ପାଶ୍ଚାତ୍ୟ ଦେଶରେ ହୋଇଥିଲା ତାହାକୁ ଭାରତ ପୂରଣ କରିପାରିଛି । ଏଥିରୁ ପ୍ରମାଣ ହୋଇଛି ଯେ, କେବଳ ଜି ୨୦ ନୁହେଁ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ଆୟୋଜନ ଭାରତ କରିପାରିବ’ ।

୨୦୩୬ରେ ଅଲିମ୍ପିକ୍ସ ଭାରତରେ ଆୟୋଜିତ ହେଉ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ବୋଲି ଘୋଷଣା କରିଛନ୍ତି ମୋଦୀ । ଏହାସହ ପ୍ୟାରିସରେ ଅଲିମ୍ପିକ୍ସ ପଦକ ହାସଲ କରିଥିବା ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଆସନ୍ତା ପାରାଅଲିମ୍ପିକ୍ସ ପାଇଁ ଖେଳାଳିଙ୍କୁ ଶୁଭକାମନା ଜଣାଇଛନ୍ତି ମୋଦୀ ।