ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର କସରତ । ଆସନ ଭାଗବଂଟାକୁ ନେଇ ଦିଲ୍ଲୀରେ ଆପ-କଂଗ୍ରେସ ବୈଠକ

147

କନକ ବ୍ୟୁରୋ : ଲୋକସଭା ନିର୍ବାଚନରେ ବିଜେପିକୁ ମାତ ଦେବା ପାଇଁ ୨୮ଟି ବିରୋଧୀ ଦଳକୁ ନେଇ ଗଠିତ ଇଣ୍ଡିଆ ମେଂଟ ଜୋରସୋରରେ କାମ ଆରମ୍ଭ କରିଛି । ସୋମବାର ଆମ ଆଦମୀ ପାର୍ଟି ସହ ଆଲୋଚନା କରିଛି କଂଗ୍ରେସ । ବୈଠକ ପରେ କଂଗ୍ରେସ ନେତା ମୁକୁଲ ବାସନି କହିଛନ୍ତି ଆଲୋଚନା ସକରାତ୍ମକ ରହିଛି । ଖୁବଶିଘ୍ର ଆଗାମୀ ବୈଠକ ବସିବ ଓ ଆସନ ଭାଗବଂଟା କରାଯିବ । ଏକାଠି ମିଶି ବିଜେପିକୁ ହରାଇବୁ । ରବିବାର ଆରଜେଡି ଓ ଜେଡିୟୁ ସହ ଆଲୋଚନା କରିଥିଲା ଦଳ ।

ସେପଟେ ଆପ୍ ନେତା ସୌରଭ ଭରଦ୍ୱାଜ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି କି, ଆଲୋଚନା ସକରାତ୍ମକ ରହିଛି ଓ ଖୁବଶୀଘ୍ର ଆସନ ବୁଝାମଣା ହୋଇଯିବ ।