ନିର୍ବାଚନରେ ନିରାଶ ଚର୍ଚ୍ଚିତ ଚେହେରା । ଭୋଟରଙ୍କ ମୁଡ ଆଗରେ ରଣନୀତି, ଦକ୍ଷତା ଓ ଦାବି ଫେଲ । ବିଶ୍ୱାସ ଜିତିପାରିଲେନି ତୁଙ୍ଗ ନେତା

776

କନକ ବ୍ୟୁରୋ : ଆସି ସାରିଛି ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ, ୪୦୦ ପାରର ନାରା ଦେଉଥିବା ବିଜେପି ନେତୃତ୍ୱାଧୀନ ଏନଡିଏକୁ ୨୯୩ ସିଟ୍ ମିଳିଥିବା ବେଳେ ୨୩୪ଟି ସିଟରେ ଅଟକିଛି ଇଣ୍ଡିଆ ମେଂଟ । ତେବେ ଏହି ନିର୍ବାଚନରେ ଉଭୟ ଶାସକ ଓ ବିରୋଧୀ ଦଳର ଅନେକ ଚର୍ଚ୍ଚିତ ଚେହେରା ପରାଜୟର ସ୍ୱାଦ ଚାଖିଛନ୍ତି । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଅର୍ଜୁନ ମୁଣ୍ଡା, ରାଜୀବ ଚନ୍ଦ୍ରଶେଖର, ମାନେକା ଗାନ୍ଧୀ ବଡ଼ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି । ସେହିପରି ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ, ଭୂପେଶ ବଘେଲ, ଜମ୍ମୁ କାଶ୍ମୀର ପିପୁଲ୍ସ ଡେମୋକ୍ରାଟିକ ପାର୍ଟି ମୁଖ୍ୟ ମେହବୁବା ମୁଫତି ମଧ୍ୟ ନିଜ ଆସନରେ ପରାଜୟର ସାମ୍ନା କରିଛନ୍ତି ।

‘ଚର୍ଚ୍ଚିତ’ ପରାଜିତ ଚେହେରା
ସ୍ମୃତି ଇରାନୀ:-ଆମେଠିରୁ ପରାଜିତ
୨୦୧୯ରେ ରାହୁଲଙ୍କୁ ହରାଇଥିଲେ
୨୦୨୪ରେ ପୁଣି ଥରେ ଟିକେଟ ପାଇଥିଲେ
୧,୬୭, ୨୫୬ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ
କଂଗ୍ରେସର କିଶୋରୀ ଲାଲ ଶର୍ମା ବିଜୟୀ

ରାଜୀବ ଚନ୍ଦ୍ରଶେଖର:- ଥିରୁଅନନ୍ତପୁରମରୁ ପରାଜିତ
ରାଜ୍ୟସଭାକୁ ଯାଇ ହୋଇଥିଲେ କେନ୍ଦ୍ରମନ୍ତ୍ରୀ
ପ୍ରଥମ ଥର ଲଢୁଥିଲେ ଲୋକସଭା ନିର୍ବାଚନ
ବରିଷ୍ଠ ନେତା ଶଶି ଥରୁରଙ୍କ ଠାରୁ ପରାଜିତ

ମାନେକା ଗାନ୍ଧୀ:- ସୁଲତାନପୁରରୁ ପରାଜିତ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ
ସୁଲତାନପୁରରୁ ବିଜେପି ଟିକେଟରୁ ଲଢୁଥିଲେ ନିର୍ବାଚନ
ସମାଜବାଦୀ ପାର୍ଟିର ରାମ ଭୁଆଲ ନିଶାଦଙ୍କ ଠାରୁ ପରାଜିତ

ଅଧୀର ରଞ୍ଜନ ଚୌଧୁରୀ:- ବାହାରମପୁରରୁ ପରାଜିତ
ପୂର୍ବତନ ବିରୋଧୀ ଦଳ ତଥା ବରିଷ୍ଠ କଂଗ୍ରେସ ନେତା
ଲଗାତାର ୫ଥର ସମାନ ଆସନରୁ ବିଜୟୀ ହୋଇଥିଲେ
ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କ ଠାରୁ ପରାଜିତ

ଉତରପ୍ରଦେଶ ବାରାଣାସୀରୁ ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ବିଜୟୀ ହୋଇଥିବା ବେଳେ ଉଭୟ ରାୟବରେଲି ଓ ୱାୟନାଡ ଆସନରୁ ରାହୁଲ ଗାନ୍ଧୀ ବିଜୟୀ ହୋଇଛନ୍ତି । ଅମିତ୍ ଶାହ, ରାଜନାଥ ସିଂ ବିଜୟ ମୁକୁଟ ପିନ୍ଧିଥିବା ବେଳେ ସପା ମୁଖ୍ୟ ଅଖିଳେଶ ଯାଦବ ଓ ଶରଦପାୱାର ଏନସିପି ଗୋଷ୍ଠୀର ସୁପ୍ରିୟା ସୁଲେ ମଧ୍ୟ ଭୋଟରଙ୍କ ମନ ଜିଣିବାରେ ସକ୍ଷମ ହୋଇଛନ୍ତି ।

‘ଚର୍ଚ୍ଚିତ’ ବିଜୟୀ ଚେହେରା
ନରେନ୍ଦ୍ର ମୋଦି:-ବାରାଣସୀରୁ ବିଜୟୀ
ବାରାଣସୀରୁ ମୋଦିଙ୍କ ‘ହାଟ୍ରିକ’ ବିଜୟ
୨୦୧୪, ୨୦୧୯ରେ ମଧ୍ୟ ମିଳିଥିଲା ସଫଳତା
୧, ୫୨, ୫୧୩ ଖଣ୍ଡ ଭୋଟରେ ବିଜୟୀ
କଂଗ୍ରେସର ଅଜୟ ରାୟଙ୍କୁ ଦେଲେ ମାତ୍

ଅମିତ୍ ଶାହ:-ଗାନ୍ଧୀନଗରରୁ ବିଜୟୀ
ଗୁଜରାଟ୍ ଗାନ୍ଧୀନଗରରୁ ଦ୍ୱିତୀୟ ଥର ବିଜୟୀ
୭ଲକ୍ଷରୁ ଉଦ୍ଧ୍ୱର୍ ଭୋଟରେ ବିଜୟୀ ହୋଇଛନ୍ତି
କଂଗ୍ରେସ ପ୍ରାର୍ଥୀ ସୋନାଲ ପଟେଲଙ୍କୁ ଦେଲେ ମାତ୍

ରାହୁଲ ଗାନ୍ଧୀ: ରାୟବରେଲୀ ଓ ୱାୟନାଡରୁ ବିଜୟୀ
୨୦୨୪ ନିର୍ବାଚନରେ ରାହୁଲଙ୍କୁ ବଡ଼ ସଫଳତା
ଦୁଇ ଦୁଇଟି ଆସନରୁ ଲକ୍ଷାଧିକ ଭୋଟରେ ବିଜୟୀ
ୱାୟନାଡ଼ ଓ ରାୟବରେଲୀ ଆସନରୁ ସଫଳତା

ଅଖିଳେଶ ଯାଦବ:- କନୌଜ ଆସନରୁ ବିଜୟୀ
ସମଜାବାଦୀ ପାର୍ଟି ମୁଖ୍ୟ ଅଖିଳେଶଙ୍କ ବଡ଼ ବିଜୟ
ଉତ୍ତରପ୍ରଦେଶ କନୌଜ ଆସନରୁ ୧,୭୦, ୯୨୨ ଭୋଟରେ ବିଜୟୀ
ନିଜେ ଜିତିବା ସହ ରାଜ୍ୟରେ ଦଳକୁ ଦେଲେ ବଡ଼ ସଫଳତା
୮୦ ଆସନରୁ ୩୭ ଆସନରେ ଦଳକୁ ଦେଲେ ବିଜୟ ଉହାର

ଲକ୍ଷେ୍ନøରୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିଜୟୀ ହୋଇଥିବା ବେଳେ ବାରାମତି ଆସନରୁ ବଡ଼ ଭୋଟରେ ବିଜୟୀ ହୋଇଛନ୍ତି ଶରଦ ପାୱାରଙ୍କ ଝିଅ ସୁପ୍ରିୟା ସୁଲେ । ଅନ୍ୟପଟେ ରାମୟାଣ ଫେମ୍ ଅରୁଣ ଗୋଭିଲଙ୍କୁ ଉତରପ୍ରଦେଶ ମିରଟ ଆସନରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି ।