ଲୋକସଭା ନିର୍ବାଚନ ନେଇ ନିର୍ବାଚନ କମିଶନରଙ୍କ ସାମ୍ବାଦିକ ସମ୍ମିଳନୀ । ୧୦.୫ ଲକ୍ଷ ପୋଲିଂ ବୁଥରେ ମତଦାନ କରିବେ ୯୭ କୋଟି ଭୋଟର

244

କନକ ବ୍ୟୁରୋ : ଆଗାମୀ ଲୋକସଭା ନିର୍ବାଚନ ନେଇ ନିର୍ବାଚନ କମିଶନର ରାଜୀବ କୁମାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ଆଗାମୀ ଲୋକସଭା ନିର୍ବାଚନ ନେଇ ତାରିଖ ଘୋଷଣା କରାଯିବ । ତା ପୂର୍ବରୁ ରାଜୀବ କୁମାରଙ୍କ ସୂଚନା ମୁତବାକ ଚଳିତ ଲୋକସଭା ନିର୍ବାଚନରେ ଦେଶର ୯୭ କୋଟି ଭୋଟର ମତଦାନ କରିବେ । ଏନେଇ ନିର୍ବାଚନ କମିଶନରଙ୍କ ତରଫରୁ ୧.୫ ଲକ୍ଷ ପୋଲିଂ ଷ୍ଟେସନର ବ୍ୟବସ୍ଥା କରାଯାଇଛି । ମତଦାନ ପାଇଁ ମୋଟ ୫୫ ଲକ୍ଷ ଇଭିଏମ ମେସିନର ବ୍ୟବହାର କରାଯିବ । ଏଥିପାଇଁ ୧.୫ କୋଟି ପୋଲିଂ ଅଧିକାରୀ ଓ ସୁରକ୍ଷା ଅଧିକାରୀଙ୍କୁ ନିୟୋଜିତ କରାଯିବ ।

ରାଜୀବ କୁମାର କହିଛନ୍ତି କି ଜୁନ ୧୬ ତାରିଖରେ ଲୋକସଭା କାର୍ଯ୍ୟକାଳ ସମାପ୍ତ ହେବ । ଆଗାମୀ ଲୋକସଭା ନିର୍ବାଚନରେ ମୋଟ ୯୭ କୋଟି ଭୋଟର ମତଦାନ କରିବାକୁ ଯାଉଛନ୍ତି । ସେମାନଙ୍କ ମଧ୍ୟରୁ ପାଖାପାଖି ୫୦ କୋଟି ପୁରୁଷ ଭୋଟର ଓ ୪୭ କୋଟି ମହିଳା ଭୋଟର ରହିଛନ୍ତି । ଏହାସହ ଚଳିତ ଲୋକସଭା ନିର୍ବାଚନରେ ୧.୮ କୋଟି ନୂଆ ମତଦାତା ସାମିଲ ହୋଇଛନ୍ତି । ଅନ୍ୟପଟେ ମୋଟ ଭୋଟରଙ୍କ ମଧ୍ୟରୁ ୮୮.୪୦ ଲକ୍ଷ ଦିବ୍ୟାଙ୍ଗ, ୧୯.୦୧ ଲକ୍ଷ ସୈନିକ ସୁରକ୍ଷାକର୍ମୀ, ୪୮ ହଜାର ତୃତୀୟ ଲିଙ୍ଗୀ ଭୋଟ ଦେବେ ।