କନକ ବ୍ୟୁରୋ : ଆଗାମୀ ଲୋକସଭା ନିର୍ବାଚନକୁ ନଜରରେ ରଖି କଂଗ୍ରେସ ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏନେଇ ଦଳ ପକ୍ଷରୁ ଇଣ୍ଡିଆ ମେଣ୍ଟ ସହ ବୈଠକ ହୋଇଛି । ଏହି ବୈଠକ ପରେ କଂଗ୍ରେସ ମଜୁବତ ଥିବା ୨୯୦ଟି ଆସନରେ ଏକାକୀ ପ୍ରାର୍ଥୀ ଦେବ ବୋଲି ଜଣାପଡିଛି । ଏହାସହ ଏହି ଆସନଗୁଡିକରେ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛି ଦଳ । ପାର୍ଟିର ଅନ୍ତରୀଣ ସୂତ୍ର ସୂଚନା ମୁତାବକ ପାର୍ଟି ସାରା ଦେଶରେ ପରାମ୍ପରାଗତ ମଜବୁତ ଆସନରେ ଆଶାୟୀଙ୍କ ଚୟନ ପ୍ରକ୍ରିୟ ଆରମ୍ଭ କରିଛି ।
କଂଗ୍ରେସ ପାଖାପାଖି ୨୯୦ ଆସନରେ ଏକାକୀ ନିର୍ବାଚନ ଲଢିବାକୁ ଇଚ୍ଛା କରିଛି । ଏହାସହ ୧୦୦ଟି ଆସନରେ ସହଯୋଗୀ ଦଳଙ୍କ ସମର୍ଥନରେ ଦଳ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛି । କଂଗ୍ରେସ ଆଶା କରିଛି କି, ମେଣ୍ଟ ତରଫରୁ ତାଙ୍କୁ ୧୦୦ଟି ଆସନ ମିଳିବ । ଅର୍ଥାତ କଂଗ୍ରେସ ମୋଟ ୩୯୦ ଆସନରେ ପ୍ରାର୍ଥୀ ଦେବାକୁ ମନସ୍ଥ କରିଛି । ପୂର୍ବୋତ୍ତର ରାଜ୍ୟଗୁଡିକରେ କଂଗ୍ରେସ ଏକାକୀ ନିର୍ବାଚନ ଲଢିବ । କଂଗ୍ରେସ ନିଜ ଶକ୍ତିରେ ୧୦ଟି ରାଜ୍ୟରେ ଓ ମେଣ୍ଟ ସହ ୯ଟି ରାଜ୍ୟରେ ନିର୍ବାଚନ ଲଢିବାକୁ ରଣନୀତି ପ୍ରସ୍ତୁତ କରିଛି ।
ଗୁଜରାଟ, ହରିଆଣା, ଆସାମ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ହିମାଚଳ, କର୍ଣ୍ଣାଟକ, କେରଳ, ରାଜସ୍ଥାନ, ଛତିଶଗଡ, ଉତ୍ତରାଖଣ୍ଡ ଓ ଓଡିଶାରେ ଏକା ନିଜ ଶକ୍ତିରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ହେଉଛି । ବାକି ସିଟରେ ସମ୍ଭାବିତ ମେଣ୍ଟସହ ନିର୍ବାଚନ ଲଢିବ । କଂଗ୍ରେସ ଦିଲ୍ଲୀରେ ୫ଳ ବିହାରରେ ୯ ରୁ ୧୦, ପଞ୍ଜାବରେ ୮ ରୁ ୯, ତାମିଲନାଡୁୋର ୯ ରୁ ୧୧, ଉତ୍ତର ପ୍ରଦେଶରେ ୧୦ରୁ ୧୫, ପଶ୍ଚିମବଙ୍ଗରେ ୩ରୁ ୫, କାଶ୍ମୀରରେ ୩, ଝାଡଖଣ୍ଡରେ ୯ ଓ ମହାରାଷ୍ଟ୍ରରେ ୨୪ ରୁ ୨୬ ଟି ଆସନରେ ପ୍ରାର୍ଥୀ ଦେବାକୁ ରଣନୀତି ପ୍ରସ୍ତୁତ କରିଛି ।