ଆଜି ଦୁବାଇରେ ୨୦୨୪ ଆଇପିଏଲ ନିଲାମୀ । ୩୩୩ ଜଣ ଖେଳାଳିଙ୍କ ଉପରେ ୧୦ ଫ୍ରାଞ୍ଚାଇଜିଙ୍କ ନଜର । ଜାଣନ୍ତୁ ଟପ୍ ଲିଷ୍ଟରେ କିଏ...

ଆଜି ଦୁବାଇରେ ୨୦୨୪ ଆଇପିଏଲ ନିଲାମୀ । ୩୩୩ ଜଣ ଖେଳାଳିଙ୍କ ଉପରେ ୧୦ ଫ୍ରାଞ୍ଚାଇଜିଙ୍କ ନଜର । ଜାଣନ୍ତୁ ଟପ୍ ଲିଷ୍ଟରେ କିଏ...

କନକ ବ୍ୟୁରୋ: ଦୁବାଇରେ ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ସଂସ୍କରଣ ପାଇଁ ନିଲାମ ଡକାଯିବ । ମଧ୍ୟାହ୍ନ ୧ଟାରେ ନିଲାମି ପ୍ରକିୟା ଆରମ୍ଭ ହେବ । ମୋଟ ୩୩୩ ଜଣ ଖେଳାଳି ନିଲାମୀରେ ଅଂଶଗ୍ରହଣ କରିଥିବା ବେଳେ ୧୦ ଫ୍ରାଞ୍ଚାଇଜ ଖେଳାଳି କିଣିବେ । ଏଥିପାଇଁ ୧୧୬୬ ଜଣ ଖେଳାଳୀଙ୍କ ନାଁ ପଞ୍ଜିକରଣ ହୋଇଛି । ସେମାନଙ୍କ ମଧ୍ୟରୁ ୩୩୩ ଜଣଙ୍କୁ ନିଲାମି ପାଇଁ ଚୟନ କରାଯାଇଛି ।

ନିଲାମୀରେ ୨୧୪ ଭାରତୀୟ ଖେଳାଳ ଓ ୧୧୯ ବିଦେଶୀ ଖେଳାଳି ରହିଛନ୍ତି । ନିଲାମି ତାଲିକାରେ ଇଂଲଣ୍ଡର ହାରି ବ୍ରୋକ ପ୍ରଥମରେ ଥିବା ବେଳେ ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ ଦ୍ୱିତୀୟରେ ଅଛନ୍ତିି । କିନ୍ତୁ ସେମାନଙ୍କର ବେସ୍ ପ୍ରାଇସ୍ ୨ ଲକ୍ଷ ରହିଛି । ଫ୍ରାଞ୍ଚାଇଜ୍ ମଧ୍ୟରେ ଗୁଜୁରାଟ ଟାଇଟନ୍ସ ପାଖରେ ସବୁଠୁ ଅଧିକ ୩୮ ଦଶମିକ ୧୫ କୋଟି ଟଙ୍କା ଅଛି । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଖରେ ୪୦ ଦଶମିକ ୭୫ କୋଟି ଟଙ୍କା ଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ପାଖରେ ୩୪ କୋଟି, କୋଲକାତା ନାଇଟ୍ ରାଇଡର୍ସ ପାଖରେ ୩୨ . ୭ କୋଟି. ଚେନ୍ନାଇ ସୁପର କିଙ୍ଗ୍ସ ପର୍ସରେ ୩୧ . ୪ କୋଟି, ପଞ୍ଜାବ କିଙ୍ଗସ ପକେଟରେ ୨୯.୧ କୋଟି, ଦିଲ୍ଲୀ କ୍ୟାପିଟାଲ୍ସ ପର୍ସରେ ୨୮.୯୫ କୋଟି, ମୁମ୍ବାଇ ଇଣ୍ଡିଆନ୍ସ ପାଖରେ ୧୫ .୨୫ କୋଟି ଟଙ୍କା ଅଛି । ତେବେ ୨୦୨୪ ଆଇପିଏଲ ରିଷଭ ପନ୍ତ ଖେଳିବା ନେଇ ସଙ୍କେତ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ । ଯେଉଁ ଖେଳାଳି ନିଲାମୀରେ ସାମିଲ ହେବେ ସେମାନଙ୍କ ତାଲିକା ପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe