କନକ ବ୍ୟୁରୋ : ଗଞ୍ଜାମରେ ରାଜନୈତିକ ହିଂସା ତେଜିବାରେ ଲାଗିଛି । ଆଗକୁ ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ ଥିବାରୁ ମାସକ ଭିତରେ ତିନି ଜଣ ରାଜନେତାଙ୍କ ହତ୍ୟା ପରେ ଆତଙ୍କରେ ଅଛନ୍ତି ନେତାମାନେ । । ଆସନ୍ତା ୪ ତାରିଖରେ ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ ହେବ । ବିଜେଡିର ଦୁଇ ଗୋଷ୍ଠୀ ବିପ୍ଳବ ପାତ୍ର ଓ ବିପିନ ପ୍ରଧାନଙ୍କ ସମର୍ଥକଙ୍କ ମଧ୍ୟରେ ବିବାଦ ଲାଗି ରହିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଗଞ୍ଜାମରେ ଯେଉଁଭଳି ଭାବେ ନେତାମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରି ହତ୍ୟା କରାଯାଉଛି, ତାହା ବିପିନ ଗୋଷ୍ଠୀଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରିଛି । ବିପିନଙ୍କ ସମର୍ଥିକ ୧୪ଜଣ ସମିତି ସଭ୍ୟ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ସେମାନଙ୍କୁ କାଳେ କିଏ ଅପହରଣ ବା ହତ୍ୟା କରିଦେବ, ସେନେଇ ଆତଙ୍କରେ ଅଛନ୍ତି । ସେଥିପାଇଁ ୨୪ ଘଂଟା ଦିଗପହଣ୍ଡି ବ୍ଲକର ପ୍ରତି ପଞ୍ଚାୟତର ଲୋକେ ପାଳି ପାଳି ନିଜ ନେତାଙ୍କୁ ଜଗୁଛନ୍ତି ।
ଏପରିକି ଅଜ୍ଞାତବାସରେ ଥିବା ବେଳେ ଆନ୍ଧ୍ରର ସୀମାଞ୍ଚଳ ମନ୍ଦିରରେ କିଛି ଦୁର୍ବୃତ୍ତ ବିପିନ ଓ ତାଙ୍କ ସମର୍ଥକଙ୍କୁ ଅପହରଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ତେଣୁ ଆସନ୍ତା ଉପନିର୍ବାଚନ ପୂର୍ବରୁ ବିପିନ ସମର୍ଥିତ ୧୪ଜଣ ସମିତି ସଭ୍ୟ ଜିଲ୍ଲା ପ୍ରଶାସନକୁ ସୁରକ୍ଷା ପାଇଁ ନିବେଦନ କରିଛନ୍ତି । ସୂଚନା ଅନୁସାରେ, ଦିଗପହଣ୍ଡିରେ ଦୁଇ ଗୋଷ୍ଠୀଙ୍କ ବିବାଦ ଯୋଗୁଁ ବିପିନଙ୍କୁ ବିଜେଡି ବହିଷ୍କାର କରିଥିଲା । ବର୍ତ୍ତମାନ ବିପ୍ଳବଙ୍କ ପାଖରେ ୧୪ ସମିତି ସଭ୍ୟ ଏବଂ ବିପ୍ଳବଙ୍କ ପାଖରେ ୧୦ ସମିତି ସଭ୍ୟଙ୍କ ସମର୍ଥନ ରହିଛି ।