କନକ ବ୍ୟୁରୋ : ଉମରକୋଟ ଆସନଟି ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ବର୍ତମାନ ବିଜେପିର ନିତ୍ୟାନନ୍ଦ ଗଣ୍ଡ ବିଧାୟକ ଥିବାବେଳେ ପୁଣି ସେ ଦଳୀୟ ଟିକଟ ପାଇବା ପାଇଁ ଆଶାୟୀ ଅଛନ୍ତି । ଅନ୍ୟପଟେ ଶାସକ ବିଜେଡି ଖୋଲିପରେ ମହିଳା କାର୍ଡ । ଉମରକୋଟ ନିର୍ବାଚନ ମଣ୍ଡଳୀରୁ ରାଇଘର ବ୍ଲକ ଅଧ୍ୟକ୍ଷା ନବିନା ନାୟକଙ୍କୁ ପ୍ରାର୍ଥୀ କରାଯିବା ନେଇ କୁହାଯାଉଛି । ସେହିପରି ଜଣେ ଯୁବ, ଶିକ୍ଷିତ ଚେହେରାକୁ ନେଇ ମଧ୍ୟ ଜୋରଦାର ଚର୍ଚ୍ଚା ଚାଲିଛି । ସୁରେଶ ଝାଙ୍କର ଡାକ୍ତରୀ ଚାକିରୀ ଛାଡି ରାଜନୀତିରେ ଯୋଗ ଦେବାପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।
ଅନ୍ୟପଟେ ସବୁ ଦଳ ପକ୍ଷରୁ ଆରମ୍ଭ ହେଲାଣି ପ୍ରଚାର ପ୍ରସାର । ନିଜ ନିଜ ସରକାରଙ୍କ ଯୋଜନା ଗୁଡ଼ିକୁ ଲୋକଙ୍କ ପାଖରେ ପହଂଚାଇବାକୁ ଉଦ୍ୟମ କରୁଛନ୍ତି ନେତା । କଂଗ୍ରେସ ଦଳ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଘେରିବାକୁ କୌଣସି ସୁଯୋଗ ହାତଛଡା କରୁନାହିଁ । ଶିକ୍ଷକରୁ ରାଜନେତା ପାଲଟିଥିବା ସନରାଜ୍ ଗଣ୍ଡ କଂଗ୍ରେସର ଏକ ମାତ୍ର ଆଶାୟୀ, ତାଙ୍କୁ ଦଳୀୟ ଟିକେଟ ମିଳିବା ପ୍ରାୟ ନିଶ୍ଚିତ । ଏଣୁ ଗାଁ ଗାଁ ବୁଲି ତୃଣମୂଳ ସ୍ତରରୁ ସଂଗଠନ ତିଆରି କରୁଛନ୍ତି ସନରାଜ ଗଣ୍ଡ ।
ବିଭିନ୍ନ ଦଳ ପକ୍ଷରୁ ଏକାଧିକ ଆଶାୟୀ ରହିଥିବା ବେଳେ କାହାକୁ ମିଳୁଛି ଦଳୀୟ ଟିକେଟ୍ ତାହା ଦେଖିବାକୁ ବାକି ରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/03/40.jpg)