ନିର୍ବାଚନକୁ ନେଇ ସରଗରମ ରାଜନୈତିକ ମାହୋଲ । ଝାରସୁଗୁଡାରୁ ନେଇ କୋରାପୁଟ, ଟିକେଟ ହାତେଇବାକୁ ଆଶାୟୀ ପ୍ରାର୍ଥୀଙ୍କ ଚାଲିଛି ଅଙ୍କକଷା

139

କନକ ବ୍ୟୁରୋ : ପାଖେଇ ଆସୁଛି ନିର୍ବାଚନ । ଦିନକୁ ଦିନ ରାଜନୈତିକ ମାହୋଲ ବେଶ ସରଗରମ ହୋଇପଡିଛି । ଅନ୍ୟ ସ୍ଥାନ ଭଳି କୋରାପୁଟରେ ମଧ୍ୟ ରାଜନୈତିକ ଉଷ୍ଣତା ବଢିବାରେ ଲାଗିଛି । ଏହି ନିର୍ବାଚନ ମଣ୍ଡଳିଟି କଂଗ୍ରେସର ଗଡ଼ ରୁପେ ପରିଚିତ ରହିଥିବା ବେଳେ ଗତ ୨୦୦୯ ଓ ୨୦୧୯ ରେ ବିଜେଡ଼ି ହାତକୁ ଯାଇଛି । ତାହା ମଧ୍ୟ କମ୍ ଭୋଟ ବ୍ୟବଧାନରେ । ଏବେ କଂଗ୍ରେସ ପୁଣି ନିଜ ହାତ ମୁଠାକୁ ନେବା ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି । ସେହିପରି ବିଜେପି ମଧ୍ୟ ମୈଦାନରେ ବଳ ଗୋଟାଇବା ସହ ଲୋକଙ୍କ ବିଶ୍ୱାସ ଜିତିବାର ପ୍ରୟାସ ଚଳାଇଛି । ଅନ୍ୟପଟେ ବିଜେଡିର ଲୋକପ୍ରିୟତା ବଢୁଥିବା ବେଳେ ଘରେ ଘରେ ଶଂଖ ଫୁଟିବ ବୋଲି ଦଳ ଆଶା ବାନ୍ଧି ବସିଛି । କିନ୍ତୁ ଏ ସବୁ ଭିତରେ ଟିକେଟ ଆଶାୟୀଙ୍କ ଲମ୍ବା ତାଲିକା ବିଜେଡ଼ି ପାଇଁ ମୁଣ୍ଡ ବ୍ୟଥା ପାଲଟିଛି ।

ବୁଥ ନମ୍ବର ୧୪୪ ରେ ରହିଥିବା ଏହି ନିର୍ବାଚନ ମଣ୍ଡଳିରେ ମହିଳା ଭୋଟରଙ୍କ ସଂଖ୍ୟ ଅଧିକା ରହିଛି । କଂଗ୍ରେସ ଦଳରେ ମଧ୍ୟ ଟିକେଟ ଆଶାୟୀଙ୍କ ସଂଖ୍ୟା ବଡ଼ିଛି । ପୁଣି ଥରେ କୃଷ୍ନ ସଗରିଆ ମଇଦାନକୁ ଫେରିବାକୁ ସଂକେତ ଦେଲେଣି । ସେପଟେ ବିଜେପି ମଧ୍ୟ ସଭା ସମିତି କରିବାରେ ବ୍ୟସ୍ତ ରହଛି । ବିଭିନ୍ନ ସ୍ଥାନରେ ନିର୍ବାଚନ ନେଇ ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇଥିବା ବେଳେ ଦଳୀୟ ଟକ୍କର ଦେଖିବାକୁ ମିଳିଛି । କୋରାପୁଟ ରାଜନୀତି ଏ ବର୍ଷ କାହା ପାଇଁ ମଧ୍ୟ ସହଜ ସାଧ୍ୟ ହେବ ନାହିଁ । ନବୀନ ଓ ମୋଦିଙ୍କ ହାୱା ଜୋରଦାର ଥିବାବେଳେ ଉଭୟଙ୍କ ଟଣା ଓଟରାରେ ବାଜି ମାରିପାରେ କଂଗ୍ରେସ ବୋଲି ସମୀକ୍ଷକ କହିଛନ୍ତି ।

ପ୍ରତି ଦଳରେ ଟିକେଟ ଆଶାୟୀ ଙ୍କ ଲମ୍ବା ତାଲିକା । କାହାକୁ ମିଳୁଛି ଟିକେଟ ଆଉ କିଏ ହୋଇ ପାରିବ ଜନତା ଙ୍କ ବିଶ୍ୱାସ ଭାଜନ ତାହା ସମୟ ହିଁ କହିବ ।

ସେପଟେ ୧୯୬୧ ମସିହାରେ ଗଠନ ହୋଇଥିଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ । ଦୁଇଟି ବ୍ଲକ ଓ ଦୁଇଟି ପୌର ପରିଷଦ ନେଇ ଗଠିତ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ସିପିଆଇ ଓ କଂଗ୍ରେସର ଦବଦବା ରହି ଆସୁଛି । ତେବେ ୨୦୧୪ ମସିହାରେ ପ୍ରଥମ ଥର ପାଇଁଏହି ଆସନ ହାତେଇବାରେ ସଫଳ ହୋଇଥିଲା ବିଜେପି । ହେଲେ ୨୦୧୯ ମସିହାରେ ପ୍ରଥମ ଥର ଲାଗି ଏହି ଆସନରୁ ବିଜୟୀ ହୋଇଥିଲା ବିଜେଡି । ହେଲେ ବର୍ତମାନ ବ୍ରଜରାଜନଗରରେ ବିଜେଡି ଦେଖାଦେଇଛି ଗୋଷ୍ଠୀ କନ୍ଦଳ । କିଏହେବ ପ୍ରାର୍ଥ ତାକୁ ନେଇ ଛକା ପଂଜା ଚାଲୁ ରହିଛି ।

ଅନ୍ୟପଟେ ନିଜର ସଙ୍ଗଠନ ସୁଦୃଢ କରିବା ପାଇଁ ଲାଗି ପଡିଛି ବିଜେପି । ବିଜେପି ଏଥର ପ୍ରାର୍ôଥ ବଦଳେଇ ନୂତନ ପ୍ରାର୍ଥିଙ୍କୁ ମଇଦାନକୁ ଓହ୍ଲାଇପାରେ ବୋଲି ଜୋରଦାର ଚର୍ଚ୍ଚା ହେଉଛି । ଅନ୍ୟପଟେ ବରଗଡ ସାଂସଦ ସୁରେଶ ପୂଜାରୀ ବରଗଡ ଲୋକସଭା ଆସନ ପରିବେର୍ତ ଏଥର ବ୍ରଜରାଜନଗର ବିଧାନ ସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବ୍ରଜରାଜନଗର ବିଜେପିରେ ଆଶାୟୀ ପ୍ରାଥିଙ୍କ ଦେଖାଦେଇଛି ଲମ୍ବାଲାଇନ । ସମସ୍ତ ଆସାୟି ପ୍ରାର୍ଥୀ ନିଜ ନିଜ ସଙ୍ଗଠନ ସୁଦୃଢ କରିବା ପାଇଁ ଲାଗିପଡିଥିବାବେଳେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଦମ୍ ଦେଖାଉଛନ୍ତି ଦଳ । ନିଜ ନିଜ ପୋଷ୍ଟର ବ୍ୟାନର ଲଗେଇ ରଣନୀତି ଜୋରଦାର କରିୁଥିବା ଦେଖିବାକୁ ମିଳିଛି । କଂଗ୍ରସରେ ମଧ୍ୟ ଆଶାୟୀଙ୍କ ଲମ୍ବାଲାଇନ ଦେଖିବାକୁ ମିଳିଛି । ପୂର୍ବରୁ ବ୍ରଜରାଜନଗର କଂଗ୍ରେସର ଗଡ ଥିବାବେଳେ କଂଗ୍ରେସତାର ଗଡ ଫେରିପାଇବାକୁ ଉଦ୍ୟମ ଆରମ୍ଭ କରିଛି ।

ଚଳିତଥର ନିର୍ବାଚନରେ ସ୍ଥାନୀୟ ନିଯୁକ୍ତି, ବିସ୍ଥାପନ ସମସ୍ୟାରୁ ନେଇ ପର୍ଯ୍ୟଟନ ସ୍ଥଳର ବିକାଶ ଆଦି ପ୍ରମୁଖ ମୁଦ୍ଦା ରହିଛି । ଏବେଠୁ ପ୍ରତିଟି ଦଳ ବଳ ଗୋଟାଇାବରେ ଲାଗିଛି ।