ଲୋକସଭା ନିର୍ବାଚନ ପାଇଁ ଖୁବଶୀଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବିଜେପି, ୧୦୦ ପ୍ରାର୍ଥୀଙ୍କ ତାଲିକା ଚୂଡାନ୍ତ । ଆସନ୍ତା ସପ୍ତାହରେ ହୋଇପାରେ ଘୋଷଣା ।

107

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ଖୁବଶିଘ୍ର ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବିଜେପି । ୧୦୦ ପ୍ରାର୍ଥୀଙ୍କ ତାଲିକା ଚୂଡାନ୍ତ ହୋଇସାରିଥିବା ବେଳେ ଘୋଷଣା ପାଇଁ ଔପଚାରିକତା ବାକି ଥିବା ସୂଚନା ମିଳିଛି । ଆସନ୍ତା ସପ୍ତାହରେ ଏହି ୧୦୦ ପ୍ରାର୍ଥୀଙ୍କ ନାମ ବିଜେପି ଘୋଷଣା କରିପାରେ ।

ପ୍ରଥମ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରହିପାରନ୍ତି । ମୋଦୀ ପୁଣି ବାରଣାସୀ ଲୋକସଭା ଆସନରୁ ଏବଂ ଶାହା ପୁଣି ଗାନ୍ଧୀନଗର ଆସନରୁ ଏଥର ନିର୍ବାଚନ ଲଢିପାରନ୍ତି । ସୂଚନା ଅନୁସାରେ, ଆସନ୍ତା ଗୁରୁବାର ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଅନୁଷ୍ଠିତ ହେବ । ବୈଠକରେ ଯେଉଁ ୧୬୦ ଆସନରେ ଦଳର ଦୁର୍ବଳତା ରହିଛି ତାହା ଉପରେ ଆଲୋଚନା କରାଯିବ । ଏସବୁ ଆସନରେ ବିଜେପି ବର୍ଷଟେ ଧରି ଜନସମ୍ପର୍କ ପଦଯାତ୍ରା ଅଭିଯାନ ବ୍ୟାପକ କରିଛି ।