ଭାରତର ଚନ୍ଦ୍ରଯାନ-3ର  ଚନ୍ଦ୍ରର ଦକ୍ଷିଣ ଧୃବରେ ସଫଳତାର ସହ ଅବତରଣ କରିଛି | ଏହା ସହ ଜଡିତ ଖବର ଭାରତୀୟ ଗଣମାଧ୍ୟମରେ ସର୍ବତ୍ର ପ୍ରକାଶିତ ହୋଇଛି ଏବଂ ଭାରତର ଏହି ସଫଳତା ବିଷୟରେ ବିଦେଶୀ ଗଣମାଧ୍ୟମରେ ମଧ୍ୟ ଆଲୋଚନା କରାଯାଇଛି।

Advertisment

ବ୍ରିଟିଶ ଖବରକାଗଜ ‘ଦି ଗାର୍ଡିଆନ’ ଲେଖିଛି ଯେ ଚନ୍ଦ୍ରର ଦକ୍ଷିଣ ଧୃବରେ ଲ୍ୟାଣ୍ଡରକୁ ଅବତରଣ କରି ଭାରତ ଏପରି ଏକ କାର୍ଯ୍ୟ କରିଛି ଯାହା ଏପର୍ଯ୍ୟନ୍ତ କେହି କରିପାରିନାହାଁନ୍ତି। ଗାର୍ଡିଆନ ଏହା ମଧ୍ୟ ଲେଖିଛି ଯେ ଭାରତ ବର୍ତ୍ତମାନ ଏକ ମହାକାଶ ଶକ୍ତିରେ ପରିଣତ ହୋଇଛି। ଗାର୍ଡିଆନ ଲେଖିବା ଅନୁସାରେ ଯେ ଚନ୍ଦ୍ରଯାନ ଚନ୍ଦ୍ରରେ ଅବତରଣ କରିବାର ଦିନ ପାଖେଇ ଆସୁଥିବାରୁ ଲୋକମାନେ ଏହାକୁ ନେଇ ଚିନ୍ତିତ ହୋଇପଡିଥିଲେ । ଏହାର ସଫଳତା ପାଇଁ ମନ୍ଦିର ଏବଂ ମସଜିଦଗୁଡିକରେ ସ୍ୱତନ୍ତ୍ର ପ୍ରାର୍ଥନା ସଭା ଆୟୋଜନ କରାଯାଇଥିଲା | ବାରାଣାସୀର ଗଙ୍ଗା କୂଳରେ ଥିବା ସାଧୁମାନେ ମଧ୍ୟ ଏହାର ସଫଳତା ପାଇଁ ପୂଜା ଅର୍ଚ୍ଚନା  କରିଥିଲେ।ବୁଧବାର ସନ୍ଧ୍ୟା ପ୍ରାୟ 6 ଟା ସମୟରେ ଅବତରଣ ହୋଇଥିଲା ଏବଂ ଏହା ପରେ ଭାରତର ଲୋକମାନେ ଚନ୍ଦ୍ରରେ ସଫଳତାର ସହ ଅବତରଣ କରିଥିବା ଚତୁର୍ଥ ଦେଶ ତଥା ଚନ୍ଦ୍ରର ଦକ୍ଷିଣ ଧୃବରେ ଅବତରଣ କରିଥିବା ପ୍ରଥମ ଦେଶ ଭାବ ଉତ୍ସବ ପାଳନ କରିଥିଲେ। ଗାର୍ଡିଆନ ଏହା ଲେଖିଛି, "ଗତ କିଛି ମୁହୂର୍ତ୍ତରେ ଲ୍ୟାଣ୍ଡର  ଏକ ଜଟିଳ କାର୍ଯ୍ୟ କରିଥିଲେ। ଏହା ଏହାର ବେଗକୁ ଘଣ୍ଟା ପ୍ରତି 3,730 ମାଇଲରୁ ପ୍ରାୟ ଶୂନ ମାଇଲକୁ ହ୍ରାସ କରିଥିଲା। ସେହି ସମୟରେ ଏହା ସ୍ଥିତିକୁ ବଦଳାଇ ଅବତରଣ ପାଇଁ ସିଧା ହୋଇ ପ୍ରସ୍ତୁତ ହେଲା। ଏହା ମଧ୍ୟ ଲେଖା ହେଇଛି ଯେ 2019 ରେ ପୂର୍ବରୁ ପଠାଯାଇଥିବା ଭାରତର ଚନ୍ଦ୍ରୟାନ-୨ ମିଶନର ବିଫଳତାର କାରଣ ହେଉଛି ଅବତରଣର ଶେଷ କିଛି ମୁହୂର୍ତ୍ତ। ଲ୍ୟାଣ୍ଡର ନିଜର ଗତି ହ୍ରାସ କରିବାରେ ବିଫଳ ହେଲା ଏବଂ ଚନ୍ଦ୍ରରେ ଧକ୍କା ଖାଇ ଖସି ପଡିଥିଲା । ଖବରକାଗଜ ଏହା ମଧ୍ୟ ଲେଖିଛି ଯେ ଚନ୍ଦ୍ରରେ ପହଞ୍ଚିବା ପାଇଁ ଆମେରିକା ପୂର୍ବରୁ ଯେଉଁ ରକେଟ ବ୍ୟବହାର କରୁଥିଲା ଭାରତ ତାଠୁ କମ ଶକ୍ତିଶାଳୀ ରକେଟ ବ୍ୟବହାର କରି ଚନ୍ଦ୍ରରେ ସଫଳ ଅବତରଣ କରିପାରିଛି ।