ଦିଲ୍ଲୀ କ୍ୟାପିଟାଲ୍ସ ଛାଡିବେ ଶ୍ରେୟାସ ଆୟର? ହୋଇପାରନ୍ତି ନୂଆ ଟିମର କ୍ୟାପଟେନ

163

କନକ ବ୍ୟୁରୋ: ନିଜ ଅଧିନାୟକତ୍ୱରେ ୨୦୨୦ରେ ଦିଲ୍ଲୀକୁ ଫାଇନାଲରେ ପହଞ୍ଚାଇଥିବା ଶ୍ରେୟାସ ଆୟର ଏବେ ଦିଲ୍ଲୀ ଛାଡିବାକୁ ପ୍ରସ୍ତୁତ କରୁଛନ୍ତି । ଆଉ ସେ ନୂଆ ଟିମରେ ଯୋଗ ଦେଇ ଅଧିନାୟକତ୍ୱ କରିବାକୁ ଚାହୁଁଛନ୍ତି । ତେଣୁ ସେ ମେଗା ଅକ୍ସନରେ ସାମିଲ ହେବାକୁ ଚାହୁଁଛନ୍ତି ବୋଲି ସୂଚନା ମିଳିଛି ।

ଆଇପିଏଲ ୨୦୨୧ରେ ଆହତ କାରଣରରୁ ଦଳରୁ ବାଦ ପଡିଥିଲେ ଆୟର । ଆଉ ସେତେବେଳେ ଦଳର ଅଧିନାୟକ ପଦ ସମ୍ଭାଳିଥିଲେ ରିଷବ ପନ୍ତ । ଆଇପିଏଲ ୨୦୨୧ ଦ୍ୱିତୀୟ ପାର୍ଟରେ ଆୟର ଦଳକୁ ଫେରିଥିଲେ ମଧ୍ୟ ପନ୍ତଙ୍କ ପାଖରେ ଅଧିନାୟକ ପଦ ରହିଥିଲା । ଦଳ ପଏଣ୍ଟ ଟେବୁଲର ଶୀର୍ଷରେ ରହିଥିଲେ ମଧ୍ୟ ପ୍ଲେ ଅଫର ଦୁଇଟି ମ୍ୟାଚରେ ପରାସ୍ତ ହୋଇ ଫାଇନାଲରୁ ବାଜ ପଡିଥିଲା ।

ସୂଚନା ଅନୁସାରେ ଶ୍ରେୟାସ ଆୟର ଆଇପିଏସ ଟିମର ଅଧିନାୟକ ରହିବାକୁ ଚାହୁଁଛନ୍ତି । ହେଲେ ପନ୍ତଙ୍କ ସଫଳ ଅଧିନାୟକତ୍ୱ ଯୋଗୁଁ ଫ୍ରାଞ୍ଚାଇଜ ପନ୍ତଙ୍କ ହାତରୁ ଅଧିନାୟକ ପଦ ଛଡାଇବାକୁ ଚାହୁଁ ନାହାନ୍ତି । ତେଣୁ ଆୟର କୌଣସି ନୂଆ ଟିମର ଅଧିନାୟକ ହେବାକୁ ଚିନ୍ତା କରି ଏଥର ଅକ୍ସନକୁ ଓହ୍ଲାଇ ପାରନ୍ତି ।