ଭାରତରେ ୨୦୨୧ ଟି-୨୦ ବିଶ୍ୱକପ । ବିସିସିଆଇ କହିଲା, ଆଇପିଏଲ ଭଳି ଟି-୨୦ ବିଶ୍ୱକପକୁ ମଧ୍ୟ ସଫଳତାର ସହ ଆୟୋଜନ କରିବୁ । ଜାଣନ୍ତୁ, କଣ କହିଲା ପାକିସ୍ତାନ?

2,656

କନକ ବ୍ୟୁରୋ : ୨୦୨୧ ଟି-୨୦ ବିଶ୍ୱକପ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଛି । ଭାରତରେ ୨୦୨୧ରେ ଅକ୍ଟୋବର ଓ ନଭେମ୍ବର ମାସରେ ଟି-୨୦ ବିଶ୍ୱକପ ଆୟୋଜନ ପାଇଁ ଆଇସିସି ସ୍ଥିର କରିଛି । ତେବେ ଏନେଇ ବିସିସିଆଇ ମଧ୍ୟ ପ୍ରସ୍ତୁତ ଅଛି । ଆଇପିଏଲ ଭଳି ଟି-୨୦ ବିଶ୍ୱକପକୁ ମଧ୍ୟ ସଫଳତାର ସହ ଅନୁଷ୍ଠିତ କରାଯିବ ବୋଲି ବିସିସିଆଇ କହିଛି ।

ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି, ଟି-୨୦ ବିଶ୍ୱକପ ଆୟୋଜନ କରିବା ଆମ ପାଇଁ ଗୌରବର କଥା । ୧୯୮୭ ବିଶ୍ୱକପ ଭଳି ଅନେକ ଉତ୍ସବକୁ ସଫଳତାର ସହ ଆୟୋଜନ କରିଛି । ଟି-୨୦ ବିଶ୍ୱକପକୁ ଆୟୋଜନ କରିବା ସହ କ୍ରିକେଟ ପ୍ରେମୀଙ୍କୁ ଭରପୂର ମନୋରଞ୍ଜନ ଯୋଗାଇଦିଆଯିବ ।

ସେହିପରି ବିସିସିଆଇ ସମ୍ପାଦକ ଜୟ ଶାହ କହିଛନ୍ତି, ଆଇସିସି ଟି-୨୦ ବିଶ୍ୱକପକୁ ସୁସ୍ଥ ଓ ସୁରକ୍ଷିତ ବାତାବରଣରେ ଆୟୋଜନ କରାଯିବ । ଆମେ ଆଇସିସିକୁ ପ୍ରତିଶ୍ରୁତି ଦେଉଛୁ କି ଭାରତରେ ଖୁବ ସୁରୁଖୁରୁରେ ବିଶ୍ୱକପ ଆୟୋଜନ ହେବ । ଏଠାରେ ନିଜ ଘରୋଇ ପଡିଆ ଭଳି ବାତାବରଣ ଆମେ ସୃଷ୍ଟି କରିବାକୁ ଆମେ ପ୍ରୟାସ କରିବୁ ।

ବିସିସିଆଇ ପରିସ୍ଥିତିକୁ ଅନୁକୂଳ କରିବାକୁ ଚେଷ୍ଟା କରିବ । ଏଥର ଟି-୨୦ ବିଶ୍ୱକପ ହେଉଛି ସପ୍ତମ ସଂସ୍କରଣ । ଏଥର ୫ ବର୍ଷ ପରେ ପୁଣି ଭାରତ ମାଟିକୁ ଟି-୨୦ ବିଶ୍ୱକପ ଫେରିଛି । ତେଣୁ ଏହାକୁ ଭଲରେ ଆୟୋଜନ କରିବାକୁ ବିସିସିଆଇ ପ୍ରତିଶ୍ରୁତି ଦେଇଛି ।

୨୦୨୦ ଅକ୍ଟବୋର ଓ ନଭେମ୍ବର ମାସରେ ହେବାର ଥିଲା । ହେଲେ କୋଭିଡ ପାଇଁ ଏହା ଆୟୋଜନ ହୋଇପାରିନଥିଲା । ତେଣୁ ଏହାକୁ ୨୦୨୧ରେ ଆୟୋଜନ କରାଯିବବ ବୋଲି କୁହାଯାଇଛି । ସେପଟେ ଭାରତରେ ଟି-୨୦ ବିଶ୍ୱକପ ଆୟୋଜନକୁ ନେଇ ଚିନ୍ତାରେ ପାକିସ୍ତାନ ।

ପିସିବି ସଭାପତି ଏହେସାନ ମଣି କହିଛନ୍ତି, କୋଭିଡ ପରିସ୍ଥିତି ପାଇଁ ଭାରତରେ ଟି-୨୦ ବିଶ୍ୱକପ ହେବା ନହେବା ଠିକ ନାହିଁ । ଯଦି ହୁଏ ତେବେ ଆମେ ଭିସା ପାଇଁ ଆଇସିସିକୁ ପ୍ରସ୍ତାବ ଦେଇଛୁ । ଆଇସିସି ନିୟମ ଅନୁଯାୟୀ ଆମକୁ ଅଧିକାର ଅଛି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ।