୨୦୨୧ ଜନଗଣନା ପାଇଁ ପ୍ରଶାସନର ପ୍ରସ୍ତୁତି । ପ୍ରଥମଥର ବ୍ୟବହାର ହେବ ସ୍ୱତନ୍ତ୍ର ମୋବାଇଲ୍ ଆପ୍, ତହସିଲୱାରୀ ହେବ ଗଣନା ।

Advertisment
୨୦୨୧ ଜନଗଣନା ପାଇଁ ପ୍ରଶାସନର ପ୍ରସ୍ତୁତି । ପ୍ରଥମଥର ବ୍ୟବହାର ହେବ ସ୍ୱତନ୍ତ୍ର ମୋବାଇଲ୍ ଆପ୍, ତହସିଲୱାରୀ ହେବ ଗଣନା ।

କନକ ବ୍ୟୁରୋ: ଓଡ଼ିଶାରେ ଜନଗଣନା-୨୦୨୧ ପାଇଁ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜନଗଣନାକୁ ଅଧିକ ସଠିକ୍ ଏବଂ ସହଜ କରିବା ପାଇଁ ପ୍ରଥମଥର ସ୍ୱତନ୍ତ୍ର ମୋବାଇଲ୍ ଆପର ବ୍ୟବହାର କରାଯିବ । ଏନେଇ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତି ହୋଇଛି । ଏଥର ଜନଗଣନାକୁ ତହସିଲୱାରୀ କରାଯିବ । ପୂର୍ବରୁ ଏହାକୁ ଥାନାୱାରୀ କରାଯାଉଥିଲା । ଜିଲ୍ଲା ମାଜିଷ୍ଟ୍ରେଷ୍ଟ୍ ମାନେ ମୁଖ୍ୟ ଜନଗଣନା ଅଧିକାରୀ ଏବଂ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଷ୍ଟ୍ ମାନେ ଜିଲ୍ଲା ଜନଗଣନା ଅଧିକାରୀଭାବେ କାର୍ଯ୍ୟ କରିବେ ।

World Population dayସମୁଦାୟ ଗଣନା କାର୍ଯ୍ୟକୁ ଏଥର ୨ଟି ପର୍ଯ୍ୟାୟରେ କରାଯିବ । ପ୍ରଥମ ପର୍ଯ୍ୟାୟରେ ଘର ଗଣନା ହେବ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା ହେବ । ତେବେ ୨ଟି ପର୍ଯ୍ୟାୟ କାର୍ଯ୍ୟକୁ ଆସନ୍ତା ୨୦୨୧ ମାର୍ଚ୍ଚ ସୁଦ୍ଧା ଶେଷ କରିବା ପାଇଁ ବୈଠକରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ରାଜ୍ୟର ୩ଟି ସ୍ଥାନରେ ଜନଗଣନା କୌଶଳ ଗୁଡିକର ପରୀକ୍ଷା-ମୂଳକ ପ୍ରୟୋଗ କରିବା ପାଇଁ ସ୍ଥିର କରିଛନ୍ତି ରାଜ୍ୟ ସରକାର । ଏଗୁଡ଼ିକ ହେଲା- କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ, ବଲାଙ୍ଗିର ଜିଲ୍ଲାର ପୁଇନ୍ତଳା ଏବଂ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ମହାନଗର ନିଗମ । ଆସନ୍ତା ଅଗଷ୍ଟ ୧୨ରୁ ଆରମ୍ଭ କରି ସେପ୍ଟେମ୍ବର ୩୦ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

publive-imageଅନ୍ୟପଟେ ୨୦୨୧ ଜନଗଣନା ପାଇଁ ରାଜ୍ୟ ଚଳିତଥର ସ୍ୱତନ୍ତ୍ର ମୋବାଇଲ୍ ଆପ୍ ବ୍ୟବହାର କରାଯିବାକୁ ଥିବାବେଳେ, ଏହାକୁ କିଭଳି ସୁରୁଖୁର ଭାବେ କାର୍ଯ୍ୟକାରୀ କରାଯିବ ସେନେଇ ସଠିକ୍ ରୂପାୟନ କରିବାକୁ ଜିଲ୍ଲା ପ୍ରଶାସନକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe