କନକ ବ୍ୟୁରୋ: କିଏ ହେବ ଆମେରିକାର ନୂଆ ବିଗବସ୍ ? ନୂଆ ବିଗବସ୍ ବାଛିବାକୁ ଭୋଟ୍ ଦେଇଛି ଆମେରିକା । ଭାରତୀୟ ସମୟ ଅନୁସାରେ ଆଜି ସକାଳ ୬ଟା ୩୦ରେ ଆମେରିକାରେ ଶେଷ ହୋଇଛି ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ । ଏବେ କିଏ ହେବ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ଆଗାମୀ ରାଷ୍ଟ୍ରପତି , ତାହା ଉପରେ ସାରା ବିଶ୍ୱର ନଜର । ରାଷ୍ଟ୍ରପତି ଆସନ ପାଇଁ ବହୁମତ ରହିଛି ୨୭୦ । ତେବେ ସୂଚନା ଅନୁସାରେ ଜୋ ବାଇଡେନଙ୍କୁ ୧୧୯ ଆସନ ହାସଲ ହୋଇଛି । ଟ୍ରମ୍ପ ୯୨ ଆସନ ପାଇ ପଛୁଆ ରହିଛନ୍ତି । ପ୍ରାଥମିକ ରିପୋର୍ଟ ଅନୁସାରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବାଇଡେନ ଆଗରେ ରହିଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କୁ ୪ଟି ରାଜ୍ୟ ଏବଂ ବାଇଡେନ ୭ ଟି ରାଜ୍ୟରେ ଆଗରେ ଅଛନ୍ତି । ଆମେରିକା ଗଣମାଧ୍ୟମ ରିପୋର୍ଟ ଅନୁସାରେ ରାଷ୍ଟ୍ରପତି ଟ୍ରମ୍ପ ଅଲବାମା, ମିସିସିପି, ଓକଲାହୋମ୍ ଏବଂ ଟେନେସିରେ ବିଜୟୀ ହୋଇଛନ୍ତି ।
ଡେମୋକ୍ରେଟ୍ ପ୍ରାର୍ଥୀ ଜୋ ବାଇଡେନ କନେକ୍ଟିକଟ୍, ଡେଲାବେୟର, ଇଲିନୋଇସ୍, ମେରିଲାଣ୍ଡ, ମାସାଚୁସେଟସ୍, ନ୍ୟୁଜର୍ସି ଏବଂ ରୋଡ୍ ଆଇଲାଣ୍ଡ ରାଜ୍ୟରେ ବିଜୟୀ ହୋଇଛନ୍ତି । ଟ୍ରମ୍ପଙ୍କୁ ୪ଟି ରାଜ୍ୟରେ ୩୩ ଭୋଟ ମିଳିଛି ବିଡେନଙ୍କୁ ୭ ରାଜ୍ୟରୁ ୬୯ ଭୋଟ୍ ମିଳିଛି । ସେହିପରି କେଂଟୁକି ଏବଂ ଇଣ୍ଡିଆନାରେ ଟ୍ରମ୍ପ ବିଜୟୀ ହୋଇଛନ୍ତି । ଆରକାନାସରେ ଟ୍ରମ୍ପ ସେପଟେ ନ୍ୟୁୟର୍କରେ ବିଜୟୀ ହୋଇଛନ୍ତି ଜୋ ବାଇଡେନ୍ । ସେପଟେ ଶେଷ ଖବର ସୁଦ୍ଧା ଇଲୋକ୍ଟ୍ରୋରାଲ୍ ଭୋଟରେ ଜୋ ବାଇଡେନ୍ ଙ୍କୁ ୮୫ ଏବଂ ଟ୍ରମ୍ପଙ୍କୁ ୫୫ ଆସନ ମିଳିଛି । ଏଥିସହ ବହୁ ସଂଖ୍ୟାରେ ନାଗରିକ ମେଲ ଇନ୍ ବ୍ୟାଲାଟ ଓ ପୋଷ୍ଟାଲ ଜରିଆରେ ଭୋଟ ଦେଇଛନ୍ତି । ଏହାର ଗଣତି ସରିନାହିଁ । ଏସବୁକୁ ମିଶାଇଲେ ଚୂଡାନ୍ତ ଫଳାଫଳ ଆସିବ । କେତେକ ପ୍ରଦେଶରେ ନଭେମ୍ବର ୧୦ ରୁ ୧୩ ପର୍ଯ୍ୟନ୍ତ ଏଭଳି ପ୍ରକ୍ରିୟା ଜାରି ରଖିବାକୁ ଅନୁମତି ମିଳିଛି । ତେଣୁ ଫଳାଫଳ ଆସିବାକୁ ବିଳମ୍ବ ହୋଇପାରେ ।
ଆମେରିକାର ବିଗ ବିସ କିଏ ହେବ ତା ଉପରେ ସାରା ବିଶ୍ୱର ନଜର ରହିଛି । ଆସନ୍ତା ୪ ବର୍ଷ ପାଇଁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର କିଏ ମୁଖ୍ୟ ହେବ ସେ ନେଇ ଆମେରିକାବାସୀ ନିଜର ମତ ରଖିସାରିଛନ୍ତି । ଆମେରିକାର ୪୬ ତମ ରାଷ୍ଟ୍ରପତି ପଦ ପାଇଁ ଚାଲିଥିବା ଭୋଟିଂ ଶେଷ ହୋଇଛି । ଏବେ ଆସନ୍ତୁ ନଜର ପକାଇବା କେଉଁ ରାଜ୍ୟରେ କିଏ ଆଗରେ ରହିଛି
-ଆମେରିକା ବହୁମତ ପାଇଁ ଆବଶ୍ୟକ ୨୭୦ ସିଟ୍
-ବର୍ତମାନ ସୁଦ୍ଧା ପ୍ରାରମ୍ଭିକ ଗଣତି ଚାଲିଛି
-ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନଙ୍କୁ ୧୧୯ ଭୋଟ ମିଳିଛି
-ରିପବ୍ଲିକାନ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପଙ୍କୁ ମିଳିଛି ୯୨ ଭୋଟ
-ସିଏନଏନ ଅନୁସାରେ, ଜୋ ବାଇଡେନ ନ୍ୟୁ ଜର୍ସିରେ ବିଜୟୀ ହୋଇଛନ୍ତି
-ନ୍ୟୁ ଜର୍ସିରେ ମୋଟ ୧୪ ଇଲେକ୍ଟ୍ରୋରାଲ ଭୋଟ ରହିଛି
-ଫ୍ଲୋରିଡାରେ ଆଗରେ ଅଛନ୍ତି ଟ୍ରମ୍ପ
-ଭର୍ଜିନିଆ, ଇଣ୍ଡିଆନା,ଟେନେସି ଓ ଓଖଲାମା ଭଲି ରାଜ୍ୟରେ ଟ୍ରମ୍ପ ଆଗରେ ଅଛନ୍ତି
-ଡେଲବେୟର, ୱାଂଶିଟନ ଡିସିରେ ବାଇଡେନ ଆଗରେ
-ଭୋଟ ସରିଥିବା ରାଜ୍ୟରେ ପ୍ରାରମ୍ଭିକ ଟ୍ରେଣ୍ଡ ଆସିବାରେ ଲାଗିଛି