ମେଡିସିନ ପାଇଁ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର । ହାର୍ଭେ ଜେ ଅଲଟର, ମାଇକେଲ ହଟନ, ଚାର୍ଲସ ଏମ ରାଇସଙ୍କୁ ମିଳିବ ନୋବେଲ । ଯୁଗ୍ମ ଭାବେ ୩ ଜଣଙ୍କ ନାଁ ଘୋଷଣା ।

363

କନକ ବ୍ୟୁରୋ : ମେଡିସିନ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର । ହାର୍ଭେ ଜେ ଅଲଟର, ମାଇକେଲ ହଟନ, ଚାର୍ଲସ ଏମ ରାଇସଙ୍କୁ ମିଳିବ ନୋବେଲ । ନୋବେଲ ପାଇଁ ଯୁଗ୍ମ ଭାବେ ୩ ଜଣଙ୍କ ନାଁ ଘୋଷଣା କରିଛନ୍ତି ନୋବେଲ କମିଟି ସେକ୍ରେଟେରୀ ଜେନେରାଲ । ହେପାଟାଇଟସ ‘ସି’ ଭାଇରସ ଆବିଷ୍କାର ପାଇଁ ତାଙ୍କୁ ନୋବେଲ ପୁରସ୍କାର ଦିଆ ଯିବ ।

ଏହି ୩ ଜଣ ବୈଜ୍ଞାନିକ ନିଜ ଯୋଗଦାନ ବଳରେ ହେପାଟାଇଟସ ‘ସି’ ଭାଇରସ ଆବିଷ୍କାର କରିଥିଲେ । ତାଙ୍କର ଏହି ଯୋଗଦାନ ପାଇଁ ନୋବେଲ କମିଟି ତରଫରୁ ତାଙ୍କୁ ପୁରସ୍କାର ଦେବା ପାଇଁ ଘୋଷଣା କରାଯାଇଛି ।