୨୦୨୦ରେ ମନ କି ବାତ କାର୍ଯ୍ୟକ୍ରମ : ମୋଦି କହିଲେ, ହିଂସା କରେନି ସମସ୍ୟାର ସମଧାନ, ନୂତନ ଭାରତ ଗଠନରେ ଶାନ୍ତି ଉପାୟରେ ହେବ ସବୁ ସମସ୍ୟାର ସମାଧାନ

195

କନକ ବ୍ୟୁରୋ : ହିଂସା କେବେ ସମସ୍ୟାର ସମଧାନ କରେନି । କୌଣସି ସମସ୍ୟାର ସମାଧାନ ଅନ୍ୟ ଗୋଟିଏ ସମସ୍ୟା ସୃଷ୍ଟି କରି କରାଯାଇପାରିବ ନାହିଁ । ୨୦୨୦ର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଏହି ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହିଂସାର ବାଟକୁ ଆପଣେଇଥିବା ଲୋକମାନଙ୍କୁ ମୁଖ୍ୟସ୍ରୋତକୁ ଫେରିଆସିବାକୁ ଆହ୍ୱାନ ଦେଇଛନ୍ତି ମୋଦି । ଏସବୁର ସମାଧାନ କରିବା ପାଇଁ ଭାରତର କ୍ଷମତା ରହିଛି ବୋଲି ବିଶ୍ୱାସ କରିବା ଉଚିତ । ଏହି ଅବସରରେ ମୋଦି କହିଥିଲେ ଏକ ନୂଆ ଭାରତ ଗଠନ କରିବା ଯେଉଁଠି ଶାନ୍ତି ଉପାୟରେ ସବୁ ସମାଧାନ ହେବ ।

ଆତଙ୍କବାଦୀ ଆତ୍ମସମର୍ପଣ କରିବା ପ୍ରସଙ୍ଗରେ ମୋଦି କହିଛନ୍ତି, ଯେଉଁମାନେ ଭାବିଥିଲେ ହିଂସା ଦ୍ୱାରା ସମାଧାନ ହୋଇପାରିବ ସେମାନେ ବନ୍ଧୁକ ଉଠାଇଥିଲେ । କିନ୍ତୁ ସେମାନେ ଏବେ ବୁଝିଛନ୍ତି, ଶାନ୍ତି ସଦଭାବନା ଦ୍ୱାରା ହିଁ କୌଣସି ସମାଧାନ କରାଯାଇପାରିବ । ଏକ ବିଂଶ ଶତାବ୍ଦିକୁ ଜ୍ଞାନ, ବିଜ୍ଞାନ ଏବଂ ଗଣତନ୍ତ୍ରର ଯୁଗ ବୋଲି କହିଛନ୍ତି ମୋଦି । ଏଥିସହ ସେ ଆହୁରି କହିଛନ୍ତି, ଏମିତି ଗୋଟିଏ ସ୍ଥାନ ଅଛି କି ଯେଉଁଠି ହିଂସା ଜରିଆରେ ଉନ୍ନତି ହୋଇଛି । ବିଶ୍ୱର କୌଣସି ସମସ୍ୟାର ସମାଧାନ ହିଂସା ନୁହେଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।