ହାଥରସ ଗଣଦୁଷ୍କର୍ମ ଅଭିଯୋଗ ମାମଲା: ଆଜି ତଦନ୍ତ ରିପୋର୍ଟ ଦାଖଲ କରିବନି ଏସଆଇଟି; ରିପୋର୍ଟ ଦେବାକୁ ଆହୁରି ୧୦ଦିନ ଦିଆଗଲା ସମୟ

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ରିପୋର୍ଟ ଦେଇଥାନ୍ତା ଏସଆଇଟି ।

55

କନକ ବ୍ୟୁରୋ: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ଅଭିଯୋଗ ମାମଲା । ଆଜି ତଦନ୍ତ ରିପୋର୍ଟ ଦାଖଲ କରିବନି ଏସଆଇଟି । ତଦନ୍ତ ରିପୋର୍ଟ ଦାଖଲ ପାଇଁ ଆହୁରି ୧୦ଦିନ ସମୟ ଦିଆଗଲା । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ରିପୋର୍ଟ ଦେଇଥାନ୍ତା ଏସଆଇଟି । ୭ଦିନ ଭିତରେ ରିପୋର୍ଟ ଦେବାକୁ ଥିଲା ନିର୍ଦ୍ଦେଶ । ତେବେ ହାଥରସ ଗଣଦୁଷ୍କର୍ମ ଘଟଣାର ତଦନ୍ତ କରୁଥିବା ଏସଆଇଟି ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ରିପୋର୍ଟ ପ୍ରଦାନ କରିବାରେ ଥିଲା । ଗତ ସପ୍ତାହରେ ଏସଆଇଟି ଏହି ଯାଂଚ ଆରମ୍ଭ କରିଥିଲା । ତେବେ ବର୍ତମାନ ଏସଆଇଟିକୁ ଆଉ ୧୦ ଦିନ ସମୟ ଦିଆଯାଇଛି । ପୁରା ମାମଲାକୁ ତଦନ୍ତ କରି ଆଗକୁ ରିପୋର୍ଟ ପ୍ରଦାନ କରିବ ବୋଲି ସ୍ପଷ୍ଟ କରିଛନ୍ତି ୟୁପି ସରକାର ।

ସେପଟେ ଉତରପ୍ରଦେଶ ହାଥରସ ଘଟଣାରେ  ବଡ ଟ୍ୱିଷ୍ଟ ହୋଇଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ସନ୍ଦୀପ ସହିତ ପୀଡିତାଙ୍କ ପରିବାରର ସମ୍ପର୍କ ଥିଲା ବୋଲି ତଦନ୍ତବେଳେ ୟୁପି ପୁଲିସ ଜାଣିବାକୁ ପାଇଛି । ପୀଡିତାଙ୍କ ପରିବାର ଓ ସନ୍ଦୀପଙ୍କ ମଧ୍ୟରେ  ଶହେରୁ  ଅଧିକ ଥର ଫୋନରେ କଥାବାର୍ତା ହୋଇଛି ।  ଫୋନରେ ଏହି କଥାବାର୍ତା ଗତ ଅକ୍ଟୋବରରୁ ଆରମ୍ଭ ହୋଇଥିଲା । ପୀଡିତାଙ୍କ ଗାଁଠାରୁ ମାତ୍ର ୨ କିଲୋମିଟର ଦୂରରୁ ଏହି ଫୋନ କରାଯାଇଛି ।  ଏଥିମଧ୍ୟରୁ  ୬୨ଟି କଲ୍ ପୀଡିତାଙ୍କ ପରିବାର ପକ୍ଷରୁ କରାଯାଇଥିବାବେଳେ  ଅଭିଯୁକ୍ତ ସନ୍ଦୀପ ୪୨ ଥର ପୀଡିତାଙ୍କ ପରିବାରକୁ ଫୋନ କରିଛି । ତଦନ୍ତ ବେଳେ  ଉତରପ୍ରଦେଶ ପୁଲିସ ଜାଣିବାକୁ ପାଇଛି,  ନିୟମିତ ବ୍ୟବଧାନ ମଧ୍ୟରେ  ପୀଡିତାଙ୍କ ପରିବାର ଓ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ବାର୍ତାଳାପ ହେଉଥିଲା । ପୀଡିତାଙ୍କ ପରିବାର ପକ୍ଷରୁ ଅଧିକାଂଶ ଫୋନ କଲ ପୀଡିତାଙ୍କ ଭାଇ କରିଥିଲେ ।

ବହୁଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ମାମଲାର ଶୁଣାଣିି ସୁପ୍ରିମକୋର୍ଟରେ ହୋଇଛି । ଯେଉଁ ଘଟଣାକୁ ନେଇ ମାନବିକତା ଲଜ୍ଜିତ ହୋଇଛି, ସାରା ଦେଶ ଯାହାକୁ ନିନ୍ଦା କରୁଛି, ସେହି ନିଷ୍ପତିକୁ ଖଣ୍ଡପୀଠ ଆଗରେ ଠିକ ବୋଲି କହିଛନ୍ତି ଯୋଗୀ ସରକାର । କୋର୍ଟରେ ସତ୍ୟପାଠ ଦାଖଲ କରି ପୀଡିତାଙ୍କ ମୃତଦେହକୁ ରାତିରେ ଅନ୍ତିମ ସଂସ୍କାର କରାଯାଇନଥିଲେ ଦଙ୍ଗା ହୋଇଥାନ୍ତା ବୋଲି କହିଛନ୍ତି । ସରକାର ଦେଉଥିବା ତଥ୍ୟ ଓ ସତ୍ୟକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରାଯାଉଥିବା କହିଛନ୍ତି । ଅନ୍ୟପଟେ ହାଥରସ ପୀଡିତାଙ୍କ ପରିବାର ଓ ସାକ୍ଷୀଙ୍କ ସୁରକ୍ଷା ନେଇ ଏକ ସତ୍ୟପାଠ ଦାଖଲ କରିବାକୁ ଯୋଗୀ ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାର ଶୁଣାଣିକୁ ଅକ୍ଟୋବର ୧୨ ତାରିଖ ଯାଏଁ ଘୁଂଚାଇ ଦିଆଯାଇଛି ।