କନକ ବ୍ୟୁରୋ : କରୋନାର ନୂଆ ପ୍ରଜାତି ଓମିକ୍ରନର ଆତଙ୍କ ଭିତରେ ପୁଣି ଚିନ୍ତା ବଢାଇଲାଣି କରୋନା ମହାମାରୀ । ଆଜି ଦେଶରେ ଗୋଟିଏ ଦିନରେ ୨୦୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହା ସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୪ ଲକ୍ଷ ୭୫ ହଜାର ୬୩୬ରେ ପହଞ୍ଚିଲା ।
ସେହିପରି ଦେଶରେ ୨୪ ଘଣ୍ଟା ଭିତରେ ୭,୩୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଭୂତାଣୁରେ ସଂକ୍ରମିତ ହୋଇ ଏଯାଏଁ ମୋଟ୍ ୩ କୋଟି ୪୧ ଲକ୍ଷ ୩୦ ହଜାର ୭୬୮ ଜଣ ସୁସ୍ଥ ହେଲେଣି । ସେହିପରି ବର୍ତ୍ତମାନ ସମୟରେ ସାରା ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୯୧ ହଜାର ୪୫୬ । ତେବେ ଦେଶରେ ୧୩୩ କୋଟି ୧୭ ଲକ୍ଷ ୮୪ ହଜାର ୪୨୬ ଜଣ ଲୋକ କରୋନା ଟୀକା ନେଇସାରିଲେଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/14-17.jpg)