କେବିସି ପ୍ରଶ୍ନରେ ଚନ୍ଦ୍ରାଣୀ ମୁର୍ମୁ: ୨୦୧୯ ଲୋକସଭା ନିର୍ବାଚନରେ ଭାରତର ସର୍ବକନିଷ୍ଠ ସାଂସଦ କିଏ? ପ୍ରଶ୍ନର ଉତ୍ତର ଦେଇ ପ୍ରତିଯୋଗୀ ଜିତିଲେ ୬ ଲକ୍ଷ ଟଙ୍କା

1,810

କନକ ବ୍ୟୁରୋ: ଭାରତୀୟ ସଂସଦରେ ସର୍ବ କନିଷ୍ଠା ସାଂସଦ ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଓଡିଆ ଝିଅ ଚନ୍ଦ୍ରାଣୀ ମୁର୍ମୁ । ଯିଏକି ଲୋକସଭାରେ ଓଡିଆ ଭାଷାରେ ଆରମ୍ଭ କରିଥିଲେ ନିଜର ପ୍ରଥମ ଅଭିଭାଷଣ । ତେବେ କେନ୍ଦୁଝର ଜିଲ୍ଲାରୁ ଦିଲ୍ଲୀ ଯାଏଁ ଚନ୍ଦ୍ରାଣୀ ମୁର୍ମୁଙ୍କର ଯାତ୍ରା ଥିଲା ଖୁବ୍ ରୋମାଂଚକରେ ଭରପୂର ଆଉ ଏହାରି ଭିତରେ ରାଜନୈତିକ ଇତିହାସରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡିଛନ୍ତି  ଚନ୍ଦ୍ରାଣୀ  ।

 

ବର୍ତ୍ତମାନ ଚନ୍ଦ୍ରାଣୀ ଭାରତରେ ଏତେ ଚର୍ଚ୍ଚିତ ହୋଇଗଲେଣି କି ସୋନି ଟେଲିଭିଜନରେ ପ୍ରସାରିତ ଲୋକପ୍ରିୟ କ୍ଵିଜ ଶୋ’ ‘କୌନ ବନେଗା କରୋଡ ପତି’ରେ ନିଜର ନାଁ ଯୋଡି ସାରିଛନ୍ତି । ଚନ୍ଦ୍ରାଣୀ ମୁର୍ମୁଙ୍କ ଉପରେ ପର୍ଯ୍ୟବେଶିତ ଏକ ପ୍ରଶ୍ନର ଉତ୍ତର ଦେଇ କେବିସିରେ ଜଣେ ମହିଳା ପ୍ରତିଯୋଗୀ ଜିତିଛନ୍ତି ୬ ଲକ୍ଷ ୪୦ ହଜାର ଟଙ୍କା ।

ପ୍ରଶ୍ନଟି ଏଭଳି ଥିଲା କି, ୨୦୧୯ ଲୋକସଭା ନିର୍ବାଚନରେ ସବୁଠୁ କମ ବୟସର ସାଂସଦଙ୍କର ନାମ କଣ ? ଆଉ ଏହି ପ୍ରଶ୍ନର ଉତ୍ତର ଥିଲା ଚନ୍ଦ୍ରାଣୀ ମୁର୍ମୁ । ତେବେ ଭାରତୀୟ ଲୋକସଭା ଇତିହାସରେ ଜଣେ ଓଡିଆ ଝିଅ ଏଭଳି ଏକ ଅଧ୍ୟାୟ ଯୋଡିବା ନିଶ୍ଚୟ ଏହା ଓଡିଶାବାସୀଙ୍କ ପାଇଁ ଅତ୍ୟନ୍ତ ଗର୍ବର ବିଷୟ । ଉଲ୍ଲେଖ ଥାଉ କି, ମାତ୍ର ୨୬ ବର୍ଷ ବୟସରେ କେନ୍ଦୁଝର ସାଂସଦ ହୋଇଛନ୍ତି ଚନ୍ଦ୍ରାଣୀ ମୁର୍ମୁ । ଚନ୍ଦ୍ରାଣୀ ମୁର୍ମୁ କେନ୍ଦୁଝରର ପୂର୍ବତନ ସାଂସଦ ହରିହର ସୋରେନଙ୍କ ନାତୁଣୀ । ଚନ୍ଦ୍ରାଣୀ ୨୦୧୭ରେ ବି-ଟେକ୍ ପାସ୍ କରିଛନ୍ତି ।