କନକ ବ୍ୟୁରୋ : ୨୦୧୯ରେ ଭଲ କରିବ ବିଜେଡି । ୨୦୧୪ ଅପେକ୍ଷା ୨୦୧୯ରେ ଭଲ ପ୍ରଦର୍ଶନ କରିବ ବିଜେଡି । ପ୍ରଥମ ପର୍ଯର୍୍ୟାୟ ନିର୍ବାଚନ ପାଇଁ ମତଦାନ ସରିବା ପରେ ଗଣମାଧ୍ୟମ ସାମ୍ନାରେ ଏଭଳି ବୟାନ ରଖିଛନ୍ତି ବିଜେଡି ସୁପ୍ରିମୋ । ଏଭଳି ଫଳାଫଳକୁ ନେଇ ନବୀନ ଆଶାବାଦୀ ରହିଛନ୍ତି । ଏହାସହ ଏତେ ସଂଖ୍ୟାରେ ଭୋଟର ମତଦାନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ । ଆଜି ସନ୍ଧ୍ୟା ୬ଟା ସୁଦ୍ଧା ପୂରା ରାଜ୍ୟରେ ୬୬ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନ କହିଛନ୍ତି ।
ଏହାପୂର୍ବରୁ ୨୦୧୪ରେ ବିଜେଡି ୧୧୭ ବିଧାନସଭା ଆସନରେ ବିଜୟୀ ହୋଇଥିବା ବେଳେ ୨୦ଟି ଲୋକସଭା ଆସନରେ ବିଜୟୀ ହୋଇଥିଲା । ୨୦୧୯ରେ ବିଜେଡିକୁ ବିଜେପି ଓ କଂଗ୍ରେସ କଡା ଟକ୍କର ଦେଉଥିବା ବେଳେ ନବୀନଙ୍କ ଏହି ବୟାନ ବିଜେଡି ଶିବିରରେ ଜୋଶ ଭରି ଦେଇଛି । ନବୀନଙ୍କ ଏହି ବୟାନ ରାଜ୍ୟ ରାଜନୀତିରେ ବଡ ଗୁରୁତ୍ୱ ରଖୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/NAVEEN-2-1.jpg)