କନକ ବ୍ୟୁରୋ : ସୁନ୍ଦରଗଡରେ ହେବ ବଡ ଲଢେଇ । ସୁନ୍ଦରଗଡ ଲୋକସଭାରେ ଏଥର ରୋଚକ ହେବ ଟକ୍କର । ମୈଦାନରେ ଅଛନ୍ତି ୩ ଦଳର ୩ ବଡ ନେତା । କେନ୍ଦ୍ରମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବନାମ ବିଜେଡିର ସୁନୀତା ବିଶ୍ୱାଳ ବନାମ କଂଗ୍ରେସର ଜର୍ଜ ତିର୍କୀ । ମୈଦାନରେ ୩ ବଡ ନେତା ଥିବାରୁ ଏଠାରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବା ନେଇ ଅନୁମାନ କରାଯାଉଛି ।
/kanak/media/post_attachments/wp-content/uploads/2017/05/vlcsnap-2017-05-16-21h09m50s649.png) ଗତ ସୁନ୍ଦରଗଡ ସଂସଦୀୟ ନିର୍ବାଚନରେ ଜୁଏଲ ଓରାମଙ୍କୁ ଟକ୍କର ଦେଇଥିଲେ ଦିଲ୍ଲୀପ ତିର୍କୀ । କିନ୍ତୁ ଦିଲ୍ଲୀପ ତିର୍କୀଙ୍କୁ ଏଠାରେ ପରାସ୍ତ ହେବାକୁ ପଡିଥିଲା । ଜୁଏଲ ଓରାମ ୩ ଲକ୍ଷ ୪୦ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ଦିଲ୍ଲୀପ ତିର୍କୀ ପାଇଥିଲେ ୩ ଲକ୍ଷ ୨୧ ହଜାର ଭୋଟ । ତୃତୀୟ ସ୍ଥାନରେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ପ୍ରାର୍ଥୀ ହେମାନନ୍ଦ ବିଶ୍ୱାଳ । ସେ ୨ ଲକ୍ଷ ୬୯ ହଜାରରୁ ଅଧିକ ଭୋଟ ପାଇଥିଲେ ।
ଗତ ସୁନ୍ଦରଗଡ ସଂସଦୀୟ ନିର୍ବାଚନରେ ଜୁଏଲ ଓରାମଙ୍କୁ ଟକ୍କର ଦେଇଥିଲେ ଦିଲ୍ଲୀପ ତିର୍କୀ । କିନ୍ତୁ ଦିଲ୍ଲୀପ ତିର୍କୀଙ୍କୁ ଏଠାରେ ପରାସ୍ତ ହେବାକୁ ପଡିଥିଲା । ଜୁଏଲ ଓରାମ ୩ ଲକ୍ଷ ୪୦ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ଦିଲ୍ଲୀପ ତିର୍କୀ ପାଇଥିଲେ ୩ ଲକ୍ଷ ୨୧ ହଜାର ଭୋଟ । ତୃତୀୟ ସ୍ଥାନରେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ପ୍ରାର୍ଥୀ ହେମାନନ୍ଦ ବିଶ୍ୱାଳ । ସେ ୨ ଲକ୍ଷ ୬୯ ହଜାରରୁ ଅଧିକ ଭୋଟ ପାଇଥିଲେ ।
/kanak/media/post_attachments/wp-content/uploads/2019/03/sunita-biswal-300x160.jpg) ଏବେ କିନ୍ତୁ ଜୁଏଲ ଓରାମ ମୈଦାନରେ ଥିବାବେଳେ ବିଜେଡି ଓ କଂଗ୍ରେସ ନୂଆମୁହଁ ଦେଇଛନ୍ତି । ବିଜେଡି ପ୍ରାର୍ଥୀ ସୁନୀତା ବିଶ୍ୱାଳ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଝିଅ । ନିକଟରେ ସେ ବିଜେଡିରେ ସାମିଲ ହେବା ପରେ ଦଳ ତାଙ୍କୁ ଟିକେଟ ଦେଇଛି । କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀ ବି ପ୍ରଥମ ଥର ଲାଗି ଲୋକସଭା ନିର୍ବାଚନ ଲଢୁଛନ୍ତି । ସୁନ୍ଦରଗଡରେ ତାଙ୍କର ଭଲ ପ୍ରଭାବ ଥିବାରୁ ସେ ବି କଡା ଟକ୍କର ଦେବା ଅନୁମାନ କରାଯାଉଛି ।
ଏବେ କିନ୍ତୁ ଜୁଏଲ ଓରାମ ମୈଦାନରେ ଥିବାବେଳେ ବିଜେଡି ଓ କଂଗ୍ରେସ ନୂଆମୁହଁ ଦେଇଛନ୍ତି । ବିଜେଡି ପ୍ରାର୍ଥୀ ସୁନୀତା ବିଶ୍ୱାଳ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଝିଅ । ନିକଟରେ ସେ ବିଜେଡିରେ ସାମିଲ ହେବା ପରେ ଦଳ ତାଙ୍କୁ ଟିକେଟ ଦେଇଛି । କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀ ବି ପ୍ରଥମ ଥର ଲାଗି ଲୋକସଭା ନିର୍ବାଚନ ଲଢୁଛନ୍ତି । ସୁନ୍ଦରଗଡରେ ତାଙ୍କର ଭଲ ପ୍ରଭାବ ଥିବାରୁ ସେ ବି କଡା ଟକ୍କର ଦେବା ଅନୁମାନ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
   Follow Us
 Follow Us/kanak/media/post_attachments/wp-content/uploads/2019/03/SUNDERGARH-1.jpg)