ସୁନ୍ଦରଗଡରେ ରୋଚକ ହେଉଛି ଲୋକସଭା ଆସନ ପାଇଁ ଲଢ଼େଇ । ଜୁଏଲ ଓରାମ ,ସୁନୀତା ବିଶ୍ୱାଳ ଓ ଜର୍ଜ ତୀର୍କୀଙ୍କ ମଧ୍ୟରେ ହେବ ତ୍ରିମୁଖୀ ଲଢ଼େଇ

ସୁନ୍ଦରଗଡରେ ହେବ ବଡ ଲଢେଇ । ସୁନ୍ଦରଗଡ ଲୋକସଭାରେ ଏଥର ରୋଚକ ହେବ ଟକ୍କର

202

କନକ ବ୍ୟୁରୋ : ସୁନ୍ଦରଗଡରେ ହେବ ବଡ ଲଢେଇ । ସୁନ୍ଦରଗଡ ଲୋକସଭାରେ ଏଥର ରୋଚକ ହେବ ଟକ୍କର । ମୈଦାନରେ ଅଛନ୍ତି ୩ ଦଳର ୩ ବଡ ନେତା । କେନ୍ଦ୍ରମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ବନାମ ବିଜେଡିର ସୁନୀତା ବିଶ୍ୱାଳ ବନାମ କଂଗ୍ରେସର ଜର୍ଜ ତିର୍କୀ । ମୈଦାନରେ ୩ ବଡ ନେତା ଥିବାରୁ ଏଠାରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବା ନେଇ ଅନୁମାନ କରାଯାଉଛି ।

 

juel oram on bjdଗତ ସୁନ୍ଦରଗଡ ସଂସଦୀୟ ନିର୍ବାଚନରେ ଜୁଏଲ ଓରାମଙ୍କୁ ଟକ୍କର ଦେଇଥିଲେ ଦିଲ୍ଲୀପ ତିର୍କୀ । କିନ୍ତୁ ଦିଲ୍ଲୀପ ତିର୍କୀଙ୍କୁ ଏଠାରେ ପରାସ୍ତ ହେବାକୁ ପଡିଥିଲା । ଜୁଏଲ ଓରାମ ୩ ଲକ୍ଷ ୪୦ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ ଦିଲ୍ଲୀପ ତିର୍କୀ ପାଇଥିଲେ ୩ ଲକ୍ଷ ୨୧ ହଜାର ଭୋଟ । ତୃତୀୟ ସ୍ଥାନରେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ପ୍ରାର୍ଥୀ ହେମାନନ୍ଦ ବିଶ୍ୱାଳ । ସେ ୨ ଲକ୍ଷ ୬୯ ହଜାରରୁ ଅଧିକ ଭୋଟ ପାଇଥିଲେ ।

ଏବେ କିନ୍ତୁ ଜୁଏଲ ଓରାମ ମୈଦାନରେ ଥିବାବେଳେ ବିଜେଡି ଓ କଂଗ୍ରେସ ନୂଆମୁହଁ ଦେଇଛନ୍ତି । ବିଜେଡି ପ୍ରାର୍ଥୀ ସୁନୀତା ବିଶ୍ୱାଳ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଝିଅ । ନିକଟରେ ସେ ବିଜେଡିରେ ସାମିଲ ହେବା ପରେ ଦଳ ତାଙ୍କୁ ଟିକେଟ ଦେଇଛି । କଂଗ୍ରେସ ପ୍ରାର୍ଥୀ ଜର୍ଜ ତିର୍କୀ ବି ପ୍ରଥମ ଥର ଲାଗି ଲୋକସଭା ନିର୍ବାଚନ ଲଢୁଛନ୍ତି । ସୁନ୍ଦରଗଡରେ ତାଙ୍କର ଭଲ ପ୍ରଭାବ ଥିବାରୁ ସେ ବି କଡା ଟକ୍କର ଦେବା ଅନୁମାନ କରାଯାଉଛି ।