କନକ ବ୍ୟୁରୋ : ୨୦୧୯ରେ ରାଉରକେଲାରୁ ନିର୍ବାଚନ ଲଢିବେ ନାହିଁ ଦିଲ୍ଲୀପ ରାୟ । ବିଧାୟକ ପଦରୁ ଇସ୍ତଫା ଦେବା ପରେ ସେ ଏପରି ଘୋଷଣା କରିଛନ୍ତି । ନିଜର ଟ୍ୱିଟର ପୃଷ୍ଠାରେ ଇସ୍ତଫା ସଂକ୍ରାନ୍ତରେ ସୂଚନା ଦେଇ ଦିଲ୍ଲୀପ ଯେଉଁ ୩ ପୃଷ୍ଠାର ପୋଷ୍ଟ କରିଛନ୍ତି, ସେଥିରେ ଏଭଳି ଘୋଷଣା କରିଛନ୍ତି । ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ଓ ଆଇଜିଏଚ ପ୍ରସଙ୍ଗରେ ସେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି । ତେଣୁ ୨୦୧୯ରେ କିଭଳି ଭୋଟ ମାଗିବେ ବୋଲି ଉଲ୍ଲେଖ କରିଛନ୍ତି ଦିଲ୍ଲୀପ । ମାଟି ଆଗେ ପାର୍ଟି ପରେ ଏହି ନାରାରେ ସେ ବିଶ୍ୱାସ କରନ୍ତି, ଯେହେତୁ ପ୍ରତିଶ୍ରୁତି ପାଳନରେ ସେ ବିଫଳ ହୋଇଛନ୍ତି, ତେଣୁ ରାଉରକେଲାରୁ ସେ ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେବା ସତ୍ୱେ ଆଇଜିଏଚ ଓ ବ୍ରାହ୍ମନୀ ବାବଦ କାମ ଆଗକୁ ବଢିପାରିଲା ନାହିଁ । ଏପରିକି ଜଣେ ପ୍ରଭାବଶାଳୀ ନେତାଙ୍କ ପ୍ରରୋଚନାରେ ଏହା ହେଉନଥିବା ଏକ ଧାରଣ ଲୋକଙ୍କ ମନରେ ତିଆରି ହେଲା । ତେଣୁ ସେ ସାଇଡ ହୋଇଗଲେ ଯଦି କାମ ହେବ, ତେବେ ସେ ଖୁସି ହେବେ ବୋଲି ପୂର୍ବରୁ କହିଥିଲେ । ୨୦୧୯ରେ ନିର୍ବାଚନ ନଲଢିବାକୁ ଦିଲ୍ଲୀପ ଘୋଷଣା କରିବା ପରେ ଏବେ ବଡ ପ୍ରଶ୍ନ, ଆଗାମୀ ଦିନରେ ଦିଲ୍ଲୀପ କଣ ପଦକ୍ଷେପ ନେବେ? ୨୦୧୯ ପୂର୍ବରୁ କେଉଁ ରାଜନୈତିକ ଦଳରେ ସାମିଲ ହେବେ? କେଉଁ ସ୍ଥାନରୁ ନିର୍ବାଚନ ଲଢିବେ?ଚକେଉଁ ଭୂମିକାରେ ଆସିବେ ଦିଲ୍ଲୀପ ରାୟ? ଏହି ତମାମ ପ୍ରସଙ୍ଗକୁ ନେଇ ଏବେ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/dilip-ray-1.jpg)