ମିଛ ଥିଲା ୨୦୧୯ ତେଲେଙ୍ଗାନା ଏନକାଉଣ୍ଟର । ମାମଲାରେ ସାମିଲ ୧୦ ପୋଲିସ କର୍ମୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ପାଇଁ ସୁପାରିଶ

2,406

କନକ ବ୍ୟୁରୋ : ହାଇଦ୍ରାବାଦରେ ୨୦୧୯ରେ ଜଣେ ଯୁବତୀଙ୍କ ଗଣଦୁଷ୍କର୍ମ ପରେ ହତ୍ୟା ମାମଲାରେ ଅଭିଯୁକ୍ତଙ୍କର ଏନକାଉଣ୍ଟର ମିଛ ଥିଲା । ସୁପ୍ରିମକୋର୍ଟଙ୍କ କମିଶନ ଏହାକୁ ମିଛ ଥିଲା ବୋଲି ଦର୍ଶାଇଛନ୍ତି । ଏହା ସହ ମାମଲାରେ ସାମିଲ ୧୦ ପୋଲିସ କର୍ମୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ପାଇଁ ସୁପାରିଶ କରାଯାଇଛି । କମିଟି ଦାଖଲ କରିଥିବା ରିପୋର୍ଟରେ କୁହାଯାଇଛି ଯେ, ପୋଲିସ କର୍ମୀମାନେ ଅଭିଯୁକ୍ତଙ୍କ ଉପରକୁ ଜାଣିଶୁଣି ଗୁଳିମାଡ କରିଥିଲେ । ସେମାନଙ୍କୁ ଶେଷ କରିବା ଉଦ୍ଦେଶ୍ୟରେ ପୋଲିସ ଏହିଭଳି ପଦକ୍ଷେପ ନେଇଥିଲା ।

ହାଇଦ୍ରାବାଦରେ ୨୦୧୯ ନଭେମ୍ବର ୨୬ ତାରିଖ ରାତିରେ ଜଣେ ଭେଟେନାରୀ ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା । ମାମଲାରେ ୪ ଅଭିଯୁକ୍ତଙ୍କ ୬ ଡିସେମ୍ବର ଭୋର ସମୟରେ ଏନକାଉଣ୍ଟରରେ ମୃତ୍ୟୁ ହୋଇଥିବା ପୋଲିସ ଦାବି କରିଥିଲା । ଅଭିଯୁକ୍ତମାନେ ପୋଲିସର ବନ୍ଧୁକ ଛଡାଇ ଫେରାର ହୋଇଯିବାକୁ ଉଦ୍ୟମ କରୁଥିବା ବେଳେ ଗୁଳିମାଡରେ ନିହତ ହୋଇଥିବା କହିଥିଲା ପୋଲିସ । ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନରେ ପ୍ରଶଂସା କରାଯାଇଥିଲା । ଏହାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ପୂର୍ବ ବିଚାରପତି ବିଏସ୍ ସିରପୁରକରଙ୍କ ନେତୃତ୍ୱରେ ଯାଂଚ କମିଟି ଗଠନ କରିଥିଲେ ।