କନକ ବ୍ୟୁରୋ : ଆସନ୍ତା ମେ’ ୩୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟ୍ ମହାକୁମ୍ଭ । ଆଉ ଏହା ପୂର୍ବରୁ ଆୟୋଜକ ଇଂଲଣ୍ଡ ଆଣ୍ଡ୍ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ମଙ୍ଗଳବାର ପ୍ରଥମ ପ୍ରତିବଂଧକ ଭାବେ ବିଶ୍ୱକପ୍-୨୦୧୯ ସଂଗୀତକୁ ଠିକଣା ସମୟରେ ଉନ୍ମୋଚନ କରିଛି । ‘ତୁମେ ଯଦି ମୋତେ ଏକମାତ୍ର କରିପାରିବ, ତେବେ ତୁମକୁ ଏକୁଟିଆ ହେବାକୁ ଦିଆଯିବନାହିଁ’- ଏହା ହେଉଛି ଏଥର ବିଶ୍ୱକପ୍ ସଂଗୀତର ଅନ୍ତଃସ୍ୱର । ନୂଆ ପିଢ଼ି ମଧ୍ୟରେ ଏହି ସଂଗୀତ ବେଶ୍ ଗ୍ରହଣୀୟ ଏବଂ ଖେଳୁଆଡ ମୂଲ୍ୟଭିତ୍ତିକ ହେବ ବୋଲି ମଧ୍ୟ କୁହାଯାଇଛି ।
ଗତ ମଙ୍ଗଳବାର ଉନ୍ମୋଚନ ଉତ୍ସବରେ ପୂର୍ବତନ ଇଂଲଣ୍ଡ ଅଲରାଉଣ୍ଡର୍ ଆଣ୍ଡ୍ରିଉ ଫ୍ଲିଣ୍ଟଫ୍ଙ୍କ ସହିତ କ୍ରେଗ୍ ଜେମ୍ସ ଏବଂ ଲୋରିନ୍ ଉପସ୍ଥିତ ଥିଲେ । ୧୯୯୯ ବିଶ୍ୱକପ୍ ଆୟୋଜନ କରିଥିବା ଇଂଲଣ୍ଡ ସେଥର ଲର୍ଡସରେ କରିଥିବା ଉଦ୍ଘାଟନୀ ଉତ୍ସବ ଏବଂ ସଂଗୀତକୁ ନେଇ ଅସନ୍ତୋଷର ଶିକାର ହୋଇଥିଲା । କିନ୍ତୁ ଏଥର ସେଭଳି ହେବ ନାହିଁ ବୋଲି ଆଶା ପ୍ରକାଶ କରାଯାଇଛି । ଆମ ପାଇଁ ପ୍ରଥମ ମ୍ୟାଚ୍ (ବନାମ ଶ୍ରୀଲଙ୍କା) ମଧ୍ୟ ଭଲ ବିତି ନ ଥିଲା ବୋଲି ଫ୍ଲିଣ୍ଟଫ୍ ସ୍ୱୀକାର କରିଥିଲେ । ଏଥରର ସଂଗୀତ କିନ୍ତୁ ବଡ଼ ଆଶ୍ୱସ୍ତି ଦେଇଛି ବୋଲି ଫ୍ଲିଣ୍ଟଫ୍ କହିଛନ୍ତି ।