କନକ ବ୍ୟୁରୋ: ରାତି ପାହିଲେ ହକି ବିଶ୍ବକପ୍ ଉଦଘାଟନ। ଏଥିପାଇଁ କଳିଙ୍ଗ ହକି ଷ୍ଟାଡିୟମ୍ ଯେତିକି ପ୍ରସ୍ତୁତ ହୋଇଛି, ବଧୂ ବେଶରେ ସଜେଇ ହୋଇଥିବା ରାଜଧାନୀ ଭୁବନେଶ୍ବର ମଧ୍ୟ ସେତିକି ଝଲସୁଛି। ଚାରିଆଡ଼େ ଆନନ୍ଦ ଓ ଉତ୍ସାହ। କେବଳ ରାଜଧାନୀ ନୁହେଁ, ସାରା ଓଡ଼ିଶା ହକି ପ୍ରେମରେ ପାଗଳ। ଅପେକ୍ଷା ବାସ୍ ଆସନ୍ତାକାଲିକୁ ।
ଉଦଘାଟନ ପାଇଁ ୨୭ ତାରିଖରେ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ। ୨୮ ତାରିଖରୁ ଆରମ୍ଭ ହୋଇଯିବ ହକି ମହାକୁମ୍ଭ। ଭାଗ ନେଉଛନ୍ତି ୧୬ଟି ଦଳ (ଦେଶ)ର ୨୮୮ ଖେଳାଳି। ଏଥିପାଇଁ ସବୁ ଦଳ ଆସି ଭୁବନେଶ୍ବରରେ ପହଂଚିଗଲେଣି। ହକି ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିବା ଲାଗି କଳିଙ୍ଗ ଷ୍ଟାଡିୟମ ମଧ୍ୟ ପ୍ରସ୍ତୁତ। ୧୯ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ଡିସେମ୍ବର ୧୬ରେ ଅନୁଷ୍ଠିତ ହେବ।
ନଭେମ୍ବର ୨୭ ତାରିଖ ଆସନ୍ତାକାଲି ସଂଧ୍ୟାରେ କଳିଙ୍ଗ ଷ୍ଟାଡିୟମର ମୁଖ୍ୟ ପଡ଼ିଆରେ ଅନୁଷ୍ଠିତ ହେବାକୁ ଯାଉଥିବା ମନୋଜ୍ଞ ଉଦଘାଟନୀ ଉତ୍ସବକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ, ଉଦ୍ଦୀପନା ଏବଂ ଉତ୍କଣ୍ଠା। ଶାହରୁଖ ଖାନ, ମାଧୁରୀ ଦୀକ୍ଷିତ, ଏଆର ରହେମାନଙ୍କ ସହିତ ବହୁ ସ୍ଥାନୀୟ, ଜାତୀୟ, ଅନ୍ତର୍ଜାତୀୟ କଳାକାରଙ୍କ ଘମାଘୋଟ ସାଂସ୍କୃତିକ କାର୍ୟ୍ୟକ୍ରମ ବି ସେମାନଙ୍କୁ ପାଗଳ ପ୍ରାୟ କରିଦେଇଛି।
image courtesy - www.dawn.comଟିକେଟକୁ ନେଇ ତୀବ୍ର ଅସନ୍ତୋଷ ଭରି ରହିଥିଲେ ବି ଏହା ହକି ଜ୍ବରକୁ ପ୍ରଭାବିତ କରିପାରିନାହିଁ। ଭୁବନେଶ୍ବରଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାରେ ବି ବଡ଼ ପରଦାରେ ଏହାର ସିଧା ପ୍ରସାରଣର ବ୍ୟବସ୍ଥା ହୋଇଛି। ଗୋଟିଏ ଦିନ ପରେ ଅର୍ଥାତ୍ କଳିଙ୍ଗ ହକି କଂପ୍ଲେକ୍ସରେ ଖାସ୍ ହକି ଲଢ଼େଇ ଆରମ୍ଭ ହେବା ଦିନ କଟକ ବାରବାଟୀ ଷ୍ଟାଡିୟମରେ ମଧ୍ୟ ଏକ ବିଶ୍ବକପ୍ ଉତ୍ସବକୁ ଅଧିକ ସଂଗୀତମୟ କରିଦେବେ ରହେମାନ। ଭୁବନେଶ୍ବରରେ ହକି ଆରମ୍ଭ ହେବା ଦିନ କଟକରେ ସଂଗୀତ ଉତ୍ସବ ସହିତ ପ୍ରଥମ ଦିବସର ଦୁଇ ମ୍ୟାଚ୍ (ବେଲଜିୟମ-କାନାଡ଼ା (ସଂଧ୍ୟା ୫) ଏବଂ ଭାରତ-ଦକ୍ଷିଣ ଆଫ୍ରିକା (ରାତି ୭ଟା)କୁ ମଧ୍ୟ ବଡ଼ ପରଦାରେ ସିଧାପ୍ରସାରଣ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/11/1200px-Aerial_view_of_Kalinga_Stadium.jpg)
/kanak/media/post_attachments/wp-content/uploads/2018/11/494566-madhuri-300x171.jpg)
/kanak/media/post_attachments/wp-content/uploads/2018/11/2-12-300x170.jpg)