କନକ ବ୍ୟୁରୋ : ୨୦୨୪ ବର୍ଷର ଓସ୍କାର ପାଇଁ ଯୁଡେ ଆନ୍ଥୋନି ଯୋସେଫଙ୍କ ଦ୍ୱାରା ନିର୍ମିତ ଫିଲ୍ମ ୨୦୧୮ –ଏଭ୍ରି ଓ୍ୟାନ୍ ଇଜ୍ ଏ ହିରୋ କୁ ଚୟନ କରାଯାଇଛିି । ଏହା ସହ ଚତୁର୍ଥ ମାଲାୟଲି ଫିଲ୍ମ ଭାବେ ଓସ୍କାର ତାଲିକାରେ ସ୍ଥାନ ପାଇବାର ସୌଭାଗ୍ୟ ଅର୍ଜନ କିଛି ଏହି ସିନେମା । । ଏହା ମାଲାୟଲି ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଗର୍ବ ଓ ଗୌରବର କଥା । ବିଗତ କିଛି ବର୍ଷ ହେଲାଣି ଖାଲି ଜାତୀୟ ନୁହେଁ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଖୁବ ପ୍ରସଂସା ସାଉଁଟୁଛି ଏହି ଫିଲ୍ମ ୨୦୧୮ ।

ଦ କେରଲା ଷ୍ଟୋରୀ, ରକି ଓ ରାନୀ କି ପ୍ରେମ କଥା, ମିସେସ ଚାଟାର୍ଜୀ ଓ ବାଲଗମ ଭଳି ମୁଭି ଓସ୍କାର ପାଇଁ ବଛାଯାଇପାରେ ବୋଲି ଆଲୋଚନା ଚାଲିଥିବା ବେଳେ ଏସବୁ ବିଗ୍ ବଜେଟ ଫିଲ୍ମ୍କୁ ପଛରେ ପକାଇ ଓସ୍କାର ଦୌଡରେ ସାମିଲ ହୋଇଛି ମାଲାୟଲମ ଫିଲ୍ମ ୨୦୧୮ । ଏହା ଦକ୍ଷିଣୀ ସିନେମା ଜଗତ ସହ ଭାରତୀୟ ସିନେ ଜଗତ ପାଇଁ ଖୁବ ଗର୍ବର ବିଷୟ ।

ଖାଲି ଫିଲ୍ମର କାହାଣୀ ନୁହେଁ ମୁଖ୍ୟ ଚରିତ୍ର ଟୋଭିନୋ ଥୋମାସଙ୍କ ଅଭିନୟ ସମସ୍ତଙ୍କ ଦୃୁଷ୍ଟି ଆକର୍ଷଣ କରିଛି । ନିକଟ ଅତୀତରେ ଏଇ ଫିଲ୍ମ ପାଇଁ ବେଷ୍ଟ୍ ଏସିଆନ ଆକ୍ଟର ଆୱାର୍ଡ ପାଇଛନ୍ତି । ଟୋଭିନୋ ମୁଭିରେ ଅନୁପ ନାମକ ଏକ ପୁର୍ବ ଏୟାରଫୋର୍ସ ଜବାନର ଚରିତ୍ରରେ ଅଭିନୟ କରିଛନ୍ତି । ଯିଏ କି, କିଛି ବ୍ୟକ୍ତିଗତ କାରଣକୁ ନେଇ ବ୍ୟସ୍ତ ଓ ମାନସିକ ଚାପଗ୍ରସ୍ତ । ହେଲେ ଏ ବନ୍ୟା ଅନ୍ୟମାନଙ୍କ ଭଳି ଅନୁପର ଜୀବନ ବଦଳାଇ ଦେଇଛି । ସେ କିପରି ସମସ୍ତଙ୍କ ପାଇଁ ମସିହା ପାଲଟିଛନ୍ତି ଆଉ ସମସ୍ତଙ୍କ ଜୀବନ ବଂଚାଉଛନ୍ତି ଏ ନେଇ ତାଙ୍କ ଅଭିନୟକୁ ପ୍ରସଂସାର ସୂଅ ଛଟୁଛି ।

ଫିଲ୍ମଟି ୨୦୧୮ ମସିହା କେରଳରେ ହୋଇଥିବା ବନ୍ୟା ପରିସ୍ଥିତି ଉପରେ ଅଧାରିତ । ଫିଲ୍ମର ଗଠନ ଓ ନିଦେର୍ଶନା କିଛି ଏପରି ହୋଇଛି ଯାହାକି ଖାଲି ବନ୍ୟା ପରିସ୍ଥିତିକୁ ନୁହେଁ ବନ୍ୟା ପ୍ରଭାବିତ ଲୋକ ମାନଙ୍କର ଦୁର୍ଦ୍ଦଶାକୁ ନିଖୁଣ ଭାବେ ଚତ୍ରଣ କରାଯାଇଛି । ଏଥିରେ ଲୋକ ମାନଙ୍କର ବ୍ୟକ୍ତିଗତ ଜୀବନର କାହାଣୀ ରହିଥିବା ବେଳେ ବିପଦ ସମୟରେ କିପରି ମଣିଷ ପଣିଆ ସାହାରା ପାଲଟେ ତାହା ଦେଖାଇଛି । ଫିଲ୍ମଟି ବାସ୍ତବଧର୍ମୀ ହେବା ସିନେମା ମାଧ୍ୟମରେ ବାର୍ତ୍ତା ଦିଆଯାଇଛି ଯେ, ସବୁ ପ୍ରାକୃୁତିକ ଦୁର୍ଘଟଣା ଆମ ପାଇଁ କେବଳ ଏକ ଖବର ମାତ୍ର ହୋଇ ରହିଯାଏ । ପ୍ରକୃୁତ ଭୟ ସେତେବେଳେ ଲାଗେ ଯେତେବେଳେ ଆମେ ନିଜେ ସେଇ ପ୍ରାକୃୁତିକ ଦୁର୍ବିପାକର ଶିକାର ହୋଇଥାଉ । ଫିଲ୍ମର ପ୍ଲଟ ବହୁତ ସୁନ୍ଦରଭବେ ସଜା ଯାଇଛି । ପ୍ରଥମ ଭାଗରେ ଲୋକ ମାନେ ହାଲକା ମୌସୁମୀ ବର୍ଷାର ମଜା ଉଠାଉଥିବାର ଦେଖାଯାଇଛି । କିନ୍ତୁ ଫିଲ୍ମଟି ଆଗକୁ ବଢିବା ସହ ବଢୁଥିବା ବର୍ଷା ଲୋକଙ୍କ ପାଇଁ ଧିରେ ଧିରେ ଚିନ୍ତାର କାରଣ ପାଲଟିଛି । ହେଲେ ଏ ଆଗରୁ କେବେ ଏମିତି ମୂଷଳଧାର ବର୍ଷା ଦେଖି ନଥିବା କେରଳ ଯେ ଆଗକୁ ଏତେ ବଡ ବନ୍ୟାର ସାମ୍ନା କରିବାକୁ ଯାଉଛି ଲୋକଙ୍କୁ ଟିକେବି ଖବର ନାଇଁ । ଜାରିି ରହିଥିବା ଲଗାତାର ବର୍ଷା ଭିତରେ ତଳ ସ୍ତରର ଗରିବ ଲୋକ ପ୍ରଥମେ ପ୍ରଭାବିତ ହେବା ଆରମ୍ଭ ହୋଇଥିବ ବେଳେ ଧନୀକ ଗୋଷ୍ଠୀ ଖାତିର କରୁନାହାନ୍ତି । ହେଲେ କିପରି ପ୍ରକୃୁତିର କରାଳ ରୂପ ଆଗରେ ହାର ମାନି ଧନୀ ଗରୀବ ନିର୍ବିଶେଷରେ ସବୁ ଭୁଲି ପରସ୍ପରର ସାହାଯ୍ୟ ଲୋଡୁଛନ୍ତି ୟାକୁ ନେଇ ଆଗକୁ ବଢୁଛି ଫିଲ୍ମର କାହାଣୀ ।

ଋିପୋର୍ଟ ଅନୁଯାୟୀ ୨୦ କୋଟି ବଜେଟରେ ତିଆରି ହୋଇଥିଲା ଫିଲ୍ମ ୨୦୧୮ । ଅଦା ଶର୍ମାଙ୍କ ଅଭିନୀତ କେରଳା ଷ୍ଟୋରୀ ସହ ଏକା ଦିନରେ ରିଲିଜ ହୋଇଥିଲେ ମଧ୍ୟ ବକ୍ସ ଅଫିସ୍ରେ ଖୂବ ଭଲ ବ୍ୟବସାୟ କରିଥିଲା । ଫିଲ୍ମ ରିଲିଜ ହେବାର ମାତ୍ର ଏଗାର ଦିନ ଭିତରେ ହି ୧୦୦ କୋଟି କ୍ଲବରେ ସାମିଲ ହୋଇଥିଲା । ସମୁଦାୟ ୨୦୦ କୋଟିର ବ୍ୟବସାୟ କରି ଫିଲ୍ମ ୨୦୧୮ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହେବା ସହ ସାଉଥ୍ ଇଣ୍ଡଷ୍ଟ୍ରିରେ ମଧ୍ୟ ବ୍ଲକବଷ୍ଟର ଫିଲ୍ମର ତାଲିକାରେ ସାମିଲ ହୋଇଥିଲା ।

ଫିଲ୍ମର ସଫଳତାକୁ ନେଇ ନିର୍ଦେଶକ କହଛନ୍ତି କି ଆଶାଠାରୁ ଢେର ଅଧିକ ଭଲପାଇବା ଓ ସଫଳତା ପାଇଛି ଲୋକଙ୍କୁ ବାନ୍ଧିରଖିବାକୁ ହେଲେ କେବଳ ପରିଚାଳନା ଓ ଭଲ ନିର୍ଦେଶନା ନୁହେଁ ଏକ ଆବେଗ ଭରା କାହାଣୀର ନିହାତି ଆବଶ୍ୟକତା ରହିଛି ।