୨୦୧୮ ଏକଲବ୍ୟ ପୁରସ୍କାର ଘୋଷଣା । ରାଜ୍ୟର ସବୁଠୁ ସମ୍ମାନଜନକ କ୍ରୀଡା ପୁରସ୍କାରରେ ସମ୍ମାନିତ ହେବେ ଅଲମ୍ପିଆନ୍ ଲିଲିମା ମିଞ୍ଜ ।

୨୦୧୮ ଏକଲବ୍ୟ ପୁରସ୍କାର ଘୋଷଣା । ରାଜ୍ୟର ସବୁଠୁ ସମ୍ମାନଜନକ କ୍ରୀଡା ପୁରସ୍କାରରେ ସମ୍ମାନିତ ହେବେ ଅଲମ୍ପିଆନ୍ ଲିଲିମା ମିଞ୍ଜ ।

www.zimbio.com

ଲିଲିମା ମିଞ୍ଜଙ୍କୁ ମିଳିଲା ଏକଲବ୍ୟ ପୁରଷ୍କାର । ରାଜ୍ୟର ସବୁଠୁ ସମ୍ମାନଜନକ କ୍ରୀଡା ପୁରଷ୍କାର ଏକଲବ୍ୟ ପୁରଷ୍କାର ୨୦୧୮ ପାଇଛନ୍ତି ମହିଳା ହକି ଖେଳାଳି ସୁଶ୍ରୀ ଲିଲିମା ମିଞ୍ଜ୍ । ଏଥିସହିତ ନିକଟରେ ତାଙ୍କୁ ଏକଲବ୍ୟ ସମାରୋହରେ ପାଞ୍ଚଲକ୍ଷ ଟଙ୍କାର ଅର୍ଥ ରାଶି ସହିତ ଏକ ମାନପତ୍ର ପ୍ରଦାନ କରି ସମ୍ମାନୀତ କରାଯିବ ।

ସୂଚନା ଅନୁଯାୟୀ, ଆଜି ଅନୁଷ୍ଠିତ ଏକ ବୈଠକରେ ସମାଜର ବିଭିନ୍ନ କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିବା ବିଚାରକମାନଙ୍କୁ ନେଇ ଗଠିତ ଏକଲବ୍ୟ କମିଟି ଦ୍ୱାରା ସର୍ବସମ୍ମତିକ୍ରମେ ଉଦୀୟମାନ ମହିଳା ହକି ଖେଳାଳି ସୁଶ୍ରୀ ଲିଲିମା ମିଞ୍ଜଙ୍କୁ ଏହି ସମ୍ମାନରେ ସମ୍ମାନୀତ କରିବା ପାଇଁ ଚୟନ କରାଯାଇଛି । ସୁଶ୍ରୀ ମିଞ୍ଜ୍ ପ୍ରଥମକରି ୨୦୧୧ ମସିହାରେ ଆର୍ଜେଣ୍ଟିନାରେ ଅନୁଷ୍ଠିତ ଏକ ଚତୁର୍ଦ୍ଦେଶୀୟ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ସିନିୟର ଟିମର ପ୍ରତିନିଧିତ୍ୱ କରିଥିଲେ । ସେ ଜାତୀୟ ଦଳରେ ୧୦୦ଟି ମ୍ୟାଚ୍ ଖେଳିସାରିଲେଣି । ସମର ଅଲମ୍ପିକ୍ସ ୨୦୧୬ ପାଇଁ ସେ ଜଣେ ସ୍କ୍ୱାର୍ଡ ଭାବେ ଭାରତର ପ୍ରତିନିଧିତ୍ୱ କରିଥିଲେ । ୫ ନଭେମ୍ବର, ୨୦୧୭ରେ ଜାପାନର କାକାମିଗହାରା ସହରରେ ଉନୁଷ୍ଠିତ ମହିଳା ହକି ଏସିଆ କପରେ ୧୩ ବର୍ଷର ବ୍ୟବଧାନ ପରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଭାରତୀୟ ଦଳରେ ସେ ସମିଲ ଥିଲେ । ସୁଶ୍ରୀ ମିଞ୍ଜଙ୍କ ସମେତ ଆଉ ଦୁଇ କ୍ରୀଡାବିତଙ୍କୁ ମଧ୍ୟ ସମ୍ମାନୀତ କରାଯିବ ।

ରାଜ୍ୟରେ ଦଶନ୍ଧି ଦସନ୍ଧି ଧରି କ୍ରୀଡା, କଳା, ସସ୍କୃତି ଓ ସାମାଜିକ କ୍ଷେତ୍ରରେ ମର୍ଯ୍ୟଦାଜନକ କାର୍ଯ୍ୟକୁ ଉତ୍ସାହିତ କରିଆସୁଥିବା ଇମ୍ଫାର ସୋସିଆଲ ୱିଙ୍ଗ୍ ଇମ୍ଫାକ୍ଟ ଦ୍ୱାରା ଏକଲବ୍ୟ ପୁରସ୍କାର ପ୍ରତିଷ୍ଟା କରାଯାଇଛି । ଉଦୀୟମାନ ଯୁବ କ୍ରିଡାବିତମାନଙ୍କୁ ପ୍ରଦାନ କରାଯାଉଥିବା ଏକ ବର୍ଷିକ ପୁରସ୍କାର ଭାବରେ ବହୁ ଦିନରୁ ସ୍ୱୀକୃତ ହୋଇଆସୁଛି, ଯାହାକି ଅନେକ ଜାତୀୟ ସମ୍ମାନ ସହ ସମକକ୍ଷ । ପୂର୍ବରୁ ମଧ୍ୟ ଆନ୍ତର୍ଜାତୀୟ ହକି ଖେଳାଳି ଦିଲିପ ତିର୍କୀ, ପ୍ରବୋଧ ତିର୍କୀ, ଇଗ୍ନେସ ତିର୍କୀ ଏବଂ ଦୀପସାନ ତିର୍କୀ ପ୍ରମୁଖ ଏହି ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe