ଚମକାଇ ଦେଲା ସିଏଜି ରିପୋର୍ଟ । ଜିଡ଼ିପି ତୁଳନାରେ ଅଧିକ ବେଗରେ ବଢୁଛି ଋଣ ବୋଝ ।

1,126

କନକ ବ୍ୟୁରୋ: ଚିନ୍ତା ବଢ଼ାଇଲା ସିଏଜି ରିପୋର୍ଟ । ରାଜ୍ୟର ଆର୍ଥିକ ଅଭିବୃଦ୍ଧି ତୁଳନାରେ ବଢ଼ୁଛି ଋଣ ବୋଝ । ରିପୋର୍ଟରେ କୁହାଯାଇଛି ଯେ ୨୦୧୮ ମାର୍ଚ୍ଚ ସୁଦ୍ଧା ଓଡ଼ିଶା ସରକାରଙ୍କ ମୋଟ ବକେୟା ଋଣ ପରିମାଣ ୫୧,୧୯୦ କୋଟି ଟଙ୍କାରେ ପହଞ୍ଚିଛି, ଯାହାକି ପୂର୍ବବର୍ଷ ଅର୍ଥାତ ୨୦୧୬-୧୭ ତୁଳନାରେ ୨୪.୨୧ ପ୍ରତିଶତ ଅଧିକ ଥିଲା । ୨୦୧୬-୧୭ରେ ଓଡ଼ିଶା ସରକାରଙ୍କ ମୋଟ ବକେୟା ଋଣ ପରିମାଣ ୪୨,୦୧୮ କୋଟି ଟଙ୍କା ଥିଲା ଓ ୨୦୧୩-୧୪ରେ ଏହା ମାତ୍ର ୨୩,୩୧୫ କୋଟି ଟଙ୍କା ଥିଲା ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଓଡ଼ିଶା ସରକାରଙ୍କ ଋଣ ରାଜ୍ୟ ଜିଡିପିର ଅଭିବୃଦ୍ଧି ଠାରୁ ଅଧିକ ବେଗରେ ବଢିଚାଲିଛି । ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟ ଜିଡିପି ୧୦.୨୮ ପ୍ରତିଶତ ହାରରେ ଅଭିବୃଦ୍ଧି ଲାଭ କରିଥିଲା । ତେବେ ଆର୍ଥିକ ବର୍ଷରେ ସରକାରଙ୍କ ରାଜସ୍ୱ ପ୍ରାପ୍ତିରେ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଥିଲା । ଏହା ପୂର୍ବବର୍ଷ ତୁଳନାରେ ୧୪.୬୭ ପ୍ରତିଶତ ବୃଦ୍ଧି ହୋଇ ୮୫,୨୦୪ କୋଟି ଟଙ୍କାରେ ପହଞ୍ଚିଛି । ଏହି ବର୍ଷ ରାଜ୍ୟ ୧୩,୩୬୭ କୋଟି ଟଙ୍କାର ରାଜସ୍ୱ ବଳକା ହାସଲ କରିଥିଲା ।