୨୦୦୭ରେ ଭାରତକୁ ଚାମ୍ପିୟନ କରାଇଥିଲେ ଏହି ଖେଳାଳି, ଏବେ କଣ କରୁଛନ୍ତି?

344

କନକ ବ୍ୟୁରୋ: ଟି-୨୦ ବିଶ୍ୱକପର ଆଜି ହାଇଭୋଲ୍ଟେଜ ମ୍ୟାଚ । ଏହି ମ୍ୟାଚରେ ଆଜି ମୁହାଁମୁହିଁ ହେବେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱି ଭାରତ-ପାକିସ୍ତାନ । ଏହି ମ୍ୟାଚ ପୂର୍ବରୁ ଆସନ୍ତୁ ମନେ ପକାଇବା ୨୦୦୭ରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଟି-୨୦ ବିଶ୍ୱକପ କଥା । ଯେଉଁଥିରେ ପାକିସ୍ତାନକୁ ହରାଇ ବିଶ୍ୱବିଜୟୀ ହୋଇଥିଲା ଭାରତ । ତେବେ ଭାରତକୁ ବିଶ୍ୱ ବିଜୟୀ କରାଇଥିବା ବୋଲର ଯୋଗୀନ୍ଦର ଶର୍ମାଙ୍କ ଏବେ କଣ କରୁଛନ୍ତି ଆସନ୍ତୁ ଜାଣିବା ।

୨୦୦୭ ବିଶ୍ୱକପରେ ଭାରତକୁ ବିଶ୍ୱକପ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲର ଯୋଗୀନ୍ଦର ଶର୍ମା । ଏହି ମ୍ୟାଚରେ ଯୋଗୀନ୍ଦର ଶେଷ ଓଭରରେ ଚମତ୍କାର ବୋଲିଂ କରି ଭାରତକୁ ବିଜୟୀ କରାଇଥିଲେ । ଶେଷ ଓଭରରେ ୧୩ ରନ ଆବଶ୍ୟକ ହେଉଥିବା ବେଳେ ଧୋନୀ ଯୋଗୀନ୍ଦରଙ୍କ ହାତରେ ବଲ ଧରାଇଥିଲେ । ସେତେବେଳେ ୯ ୱିକେଟ ହରାଇସାରିଥିଲା ପାକିସ୍ତାନ ।

ଯୋଗୀନ୍ଦର ବୋଲିଂ ଆରମ୍ଭ କରିଥିଲେ ସାମ୍ନାରେ ଥାନ୍ତି ସେଟ ବ୍ୟାଟ୍ସମ୍ୟାନ ମିସବା ଉଲହକ୍ । ଯୋଗୀନ୍ଦର ଗୋଟିଏ ପରେ ଗୋଟିଏ ବଲ ବିଟ କରି ଚାଲିଥିଲେ । ହେଲେ ୫ ନମ୍ବର ଯୋଗୀନ୍ଦରଙ୍କୁ ଏକ ଛକା ମାରିଥିଲେ ମିସବା । ଆଉ ୪ଟି ବଲରେ ୬ ରନ ଦରକାର ପଡୁଥିବା ବେଳେ ମିସବା ଆଉ ଏକ ବଡ ସଟ ଖେଳିଥିଲେ ଯାହା ସିଧା ଶ୍ରୀସାନ୍ଥଙ୍କ ହାତକୁ ଚାଲିଯାଇଥିଲା । ଫଳରେ ଭାରତ ବିଜୟୀ ହୋଇଥିଲା ।

ଭାରତକୁ ବିଶ୍ୱ ବିଜୟୀ କରାଇଥିବା ଏହି ଚମତ୍କାର ବୋଲର ଯୋଗୀନ୍ଦର ଏବେ ହରିୟାଣା ପୋଲିସରେ କାର୍ଯ୍ୟରତ ଅଛନ୍ତି । ସେ ଏବେ ଡିଏସପି ରହିଛନ୍ତି । ଦେଶ ପାଇଁ ଏତେ ବଡ ସଫଳତା ଆଣିବା ପରେ ଏବେ ନିଜକୁ ମଧ୍ୟ ଦେଶ ସେବାରେ ନିୟୋଜିତ କରିଛନ୍ତି ଏହି କ୍ରିକେଟର ।