ସରକାରୀ ଚାକିରିଆ ପାଇଛନ୍ତି ‘କାଳିଆ’ ଟଙ୍କା ! ୨୦ ହଜାର କର୍ମଚାରୀ ଓ ପେନସେନ ଭୋଗୀଙ୍କୁ ମିଳିଛି କାଳିଆ ସହାୟତା। କୃଷିମନ୍ତ୍ରୀଙ୍କ ସୂଚନା ଟଙ୍କା ନଫେରାଇଲେ କଟିବ ଦରମା

ସରକାରୀ ଚାକିରିଆ ପାଇଛନ୍ତି ‘କାଳିଆ’ ଟଙ୍କା ! ୨୦ ହଜାର କର୍ମଚାରୀ ଓ ପେନସେନ ଭୋଗୀଙ୍କୁ ମିଳିଛି କାଳିଆ ସହାୟତା। କୃଷିମନ୍ତ୍ରୀଙ୍କ ସୂଚନା ଟଙ୍କା ନଫେରାଇଲେ କଟିବ ଦରମା

କନକ ବ୍ୟୁରୋ: ସରକାରୀ କର୍ମଚାରୀ ଫେରାଇବେ କାଳିଆ ଟଙ୍କା । ସରକାରୀ କର୍ମଚାରୀ ଓ ପେନସନ ଭୋଗୀ କାଳିଆ ଟଙ୍କା ନେଇଛନ୍ତି । ୨୦ ହଜାର କର୍ମଚାରୀ ଓ ପେନସେନ ଭୋଗୀ କାଳିଆ ଟଙ୍କା ପାଇଛନ୍ତି । ସରକାରୀ କର୍ମଚାରୀ ଓ ପେନସନ ଭୋଗୀଙ୍କ ଦରମାରୁ କାଳିଆ ଟଙ୍କା କଟିବ । ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ମିଳିଛି । ୯ ହଜାର ନାବାଳକ ଓ ନାବାଳିକା ଯୋଜନାରେ ସହାୟତା ପାଇଛନ୍ତି । ଗୋଟିଏ ପରିବାର ପାଖାପାଖି ୩ ଲକ୍ଷ ହିତାଧିକାରୀ ପାଇଛନ୍ତି । ଟଙ୍କା ଫେରାଇବାକୁ ଅଯୋଗ୍ୟ ହିତାଧିକାରୀଙ୍କୁ ପରାମର୍ଶ ଦିଆଯାଇଛି । କୃଷି ମନ୍ତ୍ରୀ ଅରୁଣ ସାହୁ ଏନେଇ ସୂଚନା ଦେଇଛନ୍ତି ।

publive-image

୨୦୧୯ ନିର୍ବାଚନରେ ବିଜେଡି ପାଇଁ ଗେମ ଚେଂଜର ପ୍ରମାଣିତ ହୋଇଥିବା କାଳିଆ ଯୋଜନାକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରଶ୍ନ ଉଠିଥାଏ କି ପ୍ରକୃତରେ ହିତାଧିକାରୀ ସଂଖ୍ୟା କେତେ ଏବଂ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା କେତେ? ଏହାରି ଭିତରେ ବାରମ୍ବାର ଯାଂଚ କରିବା ପରେ ଶେଷରେ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ଦେଇଛନ୍ତି ସରକାର । ତେବେ ତାଲିକା କହୁଛି ବର୍ତମାନ ସୁଦ୍ଧା ୫୧ ଲକ୍ଷ ୫ ହଜାର ୨୯୦ ଚାଷୀ ପାଇଛନ୍ତି କାଳିଆ ସହାୟତା । ମାତ୍ର ଏମାନଙ୍କ ମଧ୍ୟରୁ ୩ ଲକ୍ଷ ୪୧ ହଜାର ହେଉଛନ୍ତି ଅଯୋଗ୍ୟ ହିତାଧିକାରୀ ଅର୍ଥାତ୍ ଅଯୋଗ୍ୟ ହିତାଧିକାରୀଙ୍କ ଖାତାକୁ କାଳିଆ ଯୋଜନା ସହାୟତାରେ ଯାଇଛି ୫ ହଜାର ଟଙ୍କା । ପାଖାପାଖି ୧୭୦ କୋଟି ଟଙ୍କା ଅଯୋଗ୍ୟ ହିତାଧିକାରୀଙ୍କ ହାତକୁ ରାଜ୍ୟ ସରକାର ଦେଇଥିବା ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।

publive-image

ବଡ କଥା ହେଲା ଏହି ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରେ ପାଖାପାଖି ୧୨ ହଜାର ହିତାଧିକାରୀ ହେଉଛନ୍ତି ସରକାରୀ ଚାକିରିଆ ଏବଂ ପେନସନ ଭୋଗୀ । ଯେଉଁମାନେ କି ୍ୟ କାଳିଆ ଯୋଜନା ମାଧ୍ୟମରେ ଟଙ୍କା ପାଇଥିବା କହିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ଏଥି ସହିତ ୧୨ ହଜାର ବଡ ଚାଷୀ (ଯେଉଁମାନଙ୍କର କି ୨ ଏକରରୁ ଅଧିକ ଜମି ରହିଛି) ଏମାନେ କାଳିଆ ଯୋଜନା ପରିସରରେ ଆସୁନାହାଁନ୍ତି । ସେମାନେ ବି କାଳିଆ ଟଙ୍କା ପାଇଛନ୍ତି । ସେହିଭଳି ୯ ହଜାର ମାଇନର ଚାଷୀ (ଯେଉଁମାନେ କି ଯୋଗ୍ୟ ତାଲିକାରେ ଅଛନ୍ତି କିନ୍ତୁ ସେମାନଙ୍କର ବୟସ ହୋଇନାହିଁ) କାଳିଆ ଟଙ୍କା ପାଇଥିବା ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ।

publive-image

ତେବେ ଯେଉଁ ସରକାରୀ କର୍ମଚାରୀ ତଥା ପେନସନ ଭୋଗୀ କାଳିଆ ଯୋଜନା ସହାୟତାରେ ଟଙ୍କା ପାଇଛନ୍ତି । ସେମାନଙ୍କୁ ଉକ୍ତ ଟଙ୍କା ଫେରାଇ ଦେବାକୁ କୁହାଯିବା ସହ ଟଙ୍କା ନ ଫେରାଇଲେ ଏହି ଟଙ୍କାକୁ ସେମାନଙ୍କ ଦରମା ଏବଂ ପେନସନରୁ କାଟି ଦିଆଯିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ଏଥି ସହିତ ହିଁ ଅଯୋଗ୍ୟ ହିତାଧିକାରୀଙ୍କୁ କାଳିଆ ଟଙ୍କା ଫେରାଇବାକୁ ଅନୁରୋଧ କରିବା ସହ ଯଦି କୌଣସି ଯୋଗ୍ୟ ହିତାଧିକାରୀ ବାଦ୍ ପଡି ଯାଇଛନ୍ତି ତେବେ ସେ ଏଥିପାଇଁ ଆବେଦନ କରିପାରିବେ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe