ବର୍ତ୍ତମାନ ଦେଶରେ ଅଧିକାଂଶ ବ୍ୟାଙ୍କର ଏଟିଏମରୁ ୨୦୦୦ ଟଙ୍କିଆ ନୋଟ ବାହାରୁଛି। କିନ୍ତୁ ଆଉ କିଛି ଦିନପରେ ବ୍ୟାଙ୍କର ଏଟିଏମରୁ ୨୦୦୦ ଟଙ୍କିଆ ନୋଟ ବାହାରିବ ନାହିଁ ବୋଲି କୁହାଯାଉଛି। ଏବେ ଧୀରେ ଧୀରେ ଏହି ୨୦୦୦ ଟଙ୍କିଆ ନୋଟକୁ ବ୍ୟାଙ୍କ ଏଟିଏମରୁ କମ୍ କରିବାର ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାଯାଇଛି। ରିଜର୍ଭ ବ୍ୟାଙ୍କର ନିର୍ଦ୍ଦେଶକ୍ରମେ ପ୍ରଥମେ ଏହି କାମ ଭାରତୀୟ ଷ୍ଟେଟ ବ୍ୟାଙ୍କ କରୁଥିବା ଜଣାଯାଇଛି। ଆରବିଆଇର ନିର୍ଦ୍ଦେଶ ଅନୁସାରେ ଛୋଟ ଛୋଟ ସହରରେ ଥିବା ଏଟିଏମ ଗୁଡ଼ିକରୁ ୨୦୦୦ ଟଙ୍କିଆ ନୋଟ ରହୁଥିବା ବକ୍ସକୁ ବାହାର କରାଯାଉଛି । କିନ୍ତୁ ବଡ଼ ସହରଗୁଡ଼ିକରେ ଏହି ପ୍ରକ୍ରିୟାକୁ ଆରମ୍ଭ କରାଯାଇ ନଥିବା କୁହାଯାଉଛି। ୨୦୦୦ ଟଙ୍କିଆ ବକ୍ସ ଜାଗାରେ ଏଟିଏମରେ ଏସବିଆଇ ୧୦୦, ୨୦୦ ଓ ୫୦୦ ଟଙ୍କିଆ ବକ୍ସ ବୃଦ୍ଧି କରୁଥିବା ଜଣାଯାଇଛି ।
ଲୋକେ କାଳେ ମନେ କରିବେ ୨୦୦୦ ଟଙ୍କିଆ ବନ୍ଦ ହୋଇଛି ଏଥିଲାଗି ବ୍ୟାଙ୍କ ପକ୍ଷରୁ ଏହି କାମ ଖୁବ୍ ସତର୍କତାର ସହ କରାଯାଉଥିବା କଥା କୁହାଯାଉଛି। ସୂଚନାଯୋଗ୍ୟ,ଦେଶରେ ୨୦୧୬ ମସିହା ନଭେମ୍ବର ୮ ରେ ହୋଇଥିବା ବିମୁଦ୍ରାକରଣ ସମୟରେ ୨୦୦୦ ଟଙ୍କିଆ ନୋଟର ପ୍ରଚଳନ ଆରମ୍ଭ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/10/40-1.jpg)
/kanak/media/post_attachments/wp-content/uploads/2019/10/rbi-atm-300x191.jpg)