କରୋନା ପରେ ବ୍ଲାକ୍ ଫଙ୍ଗସ୍ କବଳରେ ମହାରାଷ୍ଟ୍ର । ସ୍ୱାସ୍ଥ୍ୟ ବିଭାଗର ସୂଚନା ସମ୍ଭାବିତ ୨ ହଜାର ସଂକ୍ରମିତ । ଅଲଗା ହେଉଛି ଗଣତି

120

କନକ ବ୍ୟୁରୋ : ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ମ୍ୟୁକରମାଇକୋସିସ୍ ସଂକ୍ରମିତଙ୍କୁ ଅଲଗା ଗଣାନା କରିବାକୁ ନିଷ୍ପତ୍ତି ନେଇଛି । ବିଭାଗୀୟ ଅଧିକାରୀ କହିଛନ୍ତି କି ଏଭଳି କରିବା ଦ୍ୱାରା ସେମାନଙ୍କ ସଂଖ୍ୟା ସହ ସେମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ସହଜ ହେବ । ଏହାସହ ଠାଣେରେ ଦୁଇଜଣ କରୋନା ରୋଗୀ ବ୍ଲାକ ଫଙ୍ଗସରେ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା କଥା ସେ କହିଛନ୍ତି ।

ଚିକିତ୍ସକଙ୍କ ମୁତାବକ ମ୍ୟୁକରମାଇକୋସିସ କୁ ବି ବ୍ଲାକ ଫଙ୍ଗସ ନାମରେ ଜଣାଯାଏ । ଏବେ ଏହି ଭୂତାଣୁ ସବୁଠାରୁ ଅଧିକ କୋଭିଡ ରୋଗୀଙ୍କ ଠାରେ ଦେଖିବାକୁ ମିଳୁଛି । ଏହି ଭୂତାଣୁ ସଂକ୍ରମଣ ଫଳରେ ମୁଣ୍ଡ ବିନ୍ଧିବା , ଜ୍ୱର ଆସିବା, ଆଖିର ତଳ ଭାଗରେ ଦରଜ ହେବା , ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଓ ଆଖିକୁ କମ୍ ଦେଖାହେବା ଭଳି ଲକ୍ଷଣ ଦେଖାଦେଇଥାଏ ।

ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ ମଙ୍ଗଳବାର ଦିନ କହିଛନ୍ତି କି ରାଜ୍ୟରେ ବର୍ତମାନ ପର୍ଯ୍ୟନ୍ତ ବ୍ଲାକ ଫଙ୍ଗସ ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ଛୁଇଁଯିବ । ସେପଟେ ମହାରାଷ୍ଟ୍ର ବିଏମସି ତରଫରୁ କୁହାଯାଇଛି କି କେବଳ ବୃହନମୁମ୍ବାଇ ହସ୍ପିଟାଲରେ ୧୧୧ ଜଣ ରୋଗୀ ବ୍ଲାକ୍ ଫଙ୍ଗସ୍ ରୋଗର ଚିକିତ୍ସା କରାଉଛନ୍ତି ।