ନବମ ଦିନରେ ଆପ୍ ଆବାହକ ନିଶିକାନ୍ତ ମହାପାତ୍ରଙ୍କ ଅନଶନ : ମାସକୁ ୨ ଶହ ୟୁନିଟ ପର୍ଯ୍ୟନ୍ତ ଉପଭୋକ୍ତାଙ୍କୁ ମାଗଣା ବିଜୁଳି ଦାବି

257

କନକ ବ୍ୟୁରୋ : ମାସକୁ ୨ଶହ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରୁଥିବା ଉପଭୋକ୍ତାଙ୍କୁ ବିନା ମୂଲ୍ୟରେ ବିଜୁଳି ଯୋଗାଇବା ଦାବିରେ ନବମ ଦିନରେ ଆପ୍ ଆବାହକ ନିଶିକାନ୍ତ ମହାପାତ୍ରଙ୍କ ଅନଶନ । ନିଶିକାନ୍ତଙ୍କ ଅନଶନକୁ ବିଭିନ୍ନ ୧୦ରୁ ଅଧିକ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି । ନିଶିକାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ଧିରେଧିରେ ବିଗିଡିବାରେ ଲାଗିଛି ।

ଆସନ୍ତା ୧୯ତାରିଖରେ ରାଜ୍ୟପାଳଙ୍କୁ ଦାବିପତ୍ର ଦେବା ପରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବାକୁ ସ୍ଥିର କରାଯାଇଛି ବୋଲି ବାମପନ୍ଥୀ ନେତା । ତେବେ ପିପିଲି ନିର୍ବାଚନ ବାତିଲ ହୋଇଥିବାରୁ ରାଜ୍ୟ ସରକାରଙ୍କୁ ପ୍ରତିନିଧି ଆଲୋଚନା ପାଇଁ ଆସିପାରନ୍ତି ବୋଲି କହିଛନ୍ତି ନିଶିକାନ୍ତ । ଏପ୍ରିଲ ୭ତାରିଖରୁ ଆମ୍ ଆଦମୀ ପାର୍ଟି କର୍ମକର୍ତା ଲୋୟର ପିଏମଜିରେ ଧାରଣା ଓ ଅନଶନରେ ବସିଛନ୍ତି ।