୧୦ଦିନରେ ପହଂଚିଲା ଆପ୍ ଆବାହକ ନିଶିକାନ୍ତଙ୍କ ଅନଶନ : ମାସକୁ ୨ ଶହ ୟୁନିଟ ପର୍ଯ୍ୟନ୍ତ ଉପଭୋକ୍ତାଙ୍କୁ ମାଗଣା ବିଜୁଳି ଦାବି

178

କନକ ବ୍ୟୁରୋ : ୧୦ଦିନରେ ପହଂଚିଲା ଆପ୍ ଆବାହକ ନିଶିକାନ୍ତ ମହାପାତ୍ରଙ୍କ ଅନଶନ । ଦିଲ୍ଲୀ ଭଳି ଓଡ଼ିଶାରେ ୨ଶହ ୟୁନିଟ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର କରୁଥିବା ପରିବାରକୁ ବିନା ମୁଲ୍ୟରେ ବିଜୁଳି ଯୋଗାଇଦେବା ଦାବିରେ ଅନଶନ ଜାରି ରହିଛି । ଏପ୍ରିଲ ୭ତାରିଖରୁ ଆମ୍ ଆଦମୀ ପାର୍ଟି କର୍ମକର୍ତା ଲୋୟର ପିଏମଜିରେ ଧାରଣା ଜାରି ରଖିଛନ୍ତି ।

ସେପଟେ ନିଶିକାନ୍ତଙ୍କ ଆନ୍ଦୋଳନକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଟୁଇଟ କରିଛନ୍ତି । କରୋନା ମହାମାରୀ ଚାଲିଥିବାରୁ ସେ ନିଶିକାନ୍ତଙ୍କୁ ତାଙ୍କ ଷ୍ଟ୍ରାଇକ ବନ୍ଦ କରିବା ପାଇଁ ଅନୁରୋଧ କହିଛନ୍ତି । କରୋନା ସ୍ଥିତିରେ ସୁଧାର ଆସିଲେ ସେ ତାଙ୍କର ଦାବି ଜାରି ରଖିବେ ବୋଲି ପରାମର୍ଶ ଦେଇଛନ୍ତି ।