ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ ପାକିସ୍ତାନ ଉପରେ ବିଭିନ୍ନ ପ୍ରକାର ବାଣିଜ୍ୟ କଟକଣା ଲଗାଇବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ପାକିସ୍ତାନ ଠାରୁ ‘ସର୍ବାଧିକ ଅନୁଗୃହୀତ ରାଷ୍ଟ୍ର (ଏମଏଫଏନ) ମାନ୍ୟତା ପ୍ରତ୍ୟାହାର କରିନେବା ପରେ ପାକିସ୍ତାନରୁ ଆମଦାନି ହେଉଥିବା ସମସ୍ତ ସାମଗ୍ରୀ ଉପରେ ଭାରତ ଟିକସ ପରିମାଣକୁ ୨୦୦% ପର୍ୟ୍ୟନ୍ତ ବଢ଼ାଇ ଦେଇଛି। ଭାରତକୁ ପାକିସ୍ତାନ ରପ୍ତାନି କରୁଥିବା ସବୁ ପ୍ରକାର ସାମଗ୍ରୀ ଉପରେ ୨୦୦%ର ସୀମା ଶୁଳ୍କ ଲାଗିବ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଟୁଇଟ୍ କରି ଜଣାଇଛନ୍ତି। ୨୦୧୭-୧୮ରେ ପାକିସ୍ତାନ ପକ୍ଷରୁ ଭାରତକୁ ୩୪୮୨ କୋଟି ଟଙ୍କାର ସାମଗ୍ରୀ ରପ୍ତାନି କରାଯାଇଥିଲା। ଆମଦାନି ଶୁଳ୍କ ୨୦୦% କୁ ବଢ଼ାଇ ଦିଆଯାଇଥିବାରୁ ପାକିସ୍ତାନର ରପ୍ତାନି ଗୁରୁତର ଭାବେ ପ୍ରଭାବିତ ହେବ। ଆର୍ଥିକ ସ୍ତରରେ ଦୁର୍ବଳ ଥିବା ପାକିସ୍ତାନ ପାଇଁ ଏହା ଆଉ ଏକ ଝଟକା ସାବ୍ୟସ୍ତ ହେବ।
ଉଲ୍ଲେଖଯୋଗ୍ୟ, ବିଶ୍ବ ବାଣିଜ୍ୟ ସଂଗଠନ (ଡବଲ୍ୟୁଟିଓ) ଗଠନ ହେବାର ଗୋଟିଏ ବର୍ଷ ପରେ ୧୯୯୬ ମସିହାରେ ଭାରତ ପକ୍ଷରୁ ପାକିସ୍ତାନକୁ ଏମଏଫଏନ ମାନ୍ୟତା ପ୍ରଦାନ କରାଯାଇଛି। କିନ୍ତୁ ଆଜି ପର୍ୟ୍ୟନ୍ତ ପାକିସ୍ତାନ ପକ୍ଷରୁ ଭାରତକୁ ଏହି ମାନ୍ୟତା ଦିଆଯାଇନାହିଁ। ଏମଏଫଏନ ମାନ୍ୟତା ମିଳିବାର ଅର୍ଥ ହେଉଛି ଟିକସ କ୍ଷେତ୍ରରେ ସମାନତା ମିଳିଥାଏ। ଦେଶ ଭିତର ଉତ୍ପାଦନକାରୀଙ୍କ ଭଳି ଟିକସ ଏମଏଫଏନ ରାଷ୍ଟ୍ର ଉପରେ ଲାଗୁ କରାଯାଏ। ପାକିସ୍ତାନ ଠାରୁ ଏମଏଫଏନ ମାନ୍ୟତା ପ୍ରତ୍ୟାହାର କରିବା ପାଇଁ ଭାରତ ୨୦୧୬ ମସିହାରେ କେବଳ ଧମକ ଦେଇଥିଲା, କିନ୍ତୁ ପ୍ରତ୍ୟାହାର କରିନଥିଲା।
କ’ଣ ପ୍ରଭାବ ପଡ଼ିବ ?
ଆମଦାନି ଟିକସ ୨୦୦% କୁ ବୃଦ୍ଧି କରାଯାଇଥିବାରୁ ଭାରତକୁ ପାକିସ୍ତାନ କରୁଥିବା ଆମଦାନି ଗୁରୁତର ଭାବେ ପ୍ରଭାବିତ ହେବ। ବାର୍ଷିକ ସାଢ଼େ ତିନି ହଜାର କୋଟି ଟଙ୍କାର ସାମଗ୍ରୀ ଭାରତକୁ ପାକିସ୍ତାନ ପଠାଇଥାଏ। ପାକିସ୍ତାନ ପକ୍ଷରୁ ଭାରତକୁ ସତେଜ ଫଳ, ସିମେଣ୍ଟ୍, ପେଟ୍ରୋଲିୟମ୍ ଉତ୍ପାଦ, ଖଣିଜ ପଦାର୍ଥ ଏବଂ ଫିନିସଡ୍ ଚମଡ଼ା ଆଦି ରପ୍ତାନି କରାଯାଉଛି। ଏସବୁ ସାମଗ୍ରୀ ଭାରତକୁ ରପ୍ତାନି କରିବା ପାକିସ୍ତାନ ପାଇଁ ସହଜ ହେବନାହିଁ। ପାକିସ୍ତାନରୁ ଆସୁଥିବା ସତେଜ ଫଳ ଉପରେ ୩୦-୩୫% ଏବଂ ସିମେଣ୍ଟ୍ ଉପରେ ୭.୫% ଟିକସ ଲଗାଯାଇଥିଲା। ତାହା ଏବେ ୨୦୦%କୁ ବୃଦ୍ଧି ପାଇଛି। ବିଶ୍ବ ବାଣିଜ୍ୟ ସଂଗଠନର ନିୟମ ଅନୁସାରେ ଭାରତ ପକ୍ଷରୁ ପାକିସ୍ତାନ ସହ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ହଠାତ୍ ବନ୍ଦ କରାଯାଇପାରିବ ନାହିଁ। ଏହା କେବଳ ସୀମା ଶୁଳ୍କ ବଢ଼ାଇପାରିବ ଏବଂ ଅନ୍ୟାନ୍ୟ ବାଣିଜ୍ୟ କଟକଣା ଲଗାଇପାରିବ। ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ କାରବାର ପରିମାଣ ୨.୪ ବିଲିଅନ୍ ଡଲାର ସ୍ତରରେ ରହିଛି। ପାକିସ୍ତାନକୁ ଭାରତ ୧.୯ ବିଲିଅନ୍ ଡଲାର ସାମଗ୍ରୀ ରପ୍ତାନି କରୁଥିବା ବେଳେ ପାକିସ୍ତାନରୁ ୪୮୮ ନିୟୁତ ଡଲାରର ସାମଗ୍ରୀ ଆମଦାନି କରୁଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/02/ltcg_660_020318011209.jpg)
/kanak/media/post_attachments/wp-content/uploads/2019/02/1-64-300x200.jpg)
/kanak/media/post_attachments/wp-content/uploads/2019/02/Capture-18-300x217.jpg)