ନଭେମ୍ବର ପାଇଁ ଗାଇଡଲାଇନ । ବାହାଘର ଉତ୍ସବରେ ୨୦୦ ଲୋକଙ୍କୁ ଅନୁମତି । ଅନ୍ତିମ ସଂସ୍କାରରେ ସର୍ବାଧିକ ୫୦ ହେବେ ସାମିଲ । କୋଭିଡ କଟକଣା ଭିତରେ ଖୋଲିବ ମୁକ୍ତାକାଶ ମଞ୍ଚ

915

କନକ ବ୍ୟୁରୋ : ନଭେମ୍ବର ପାଇଁ ରାଜ୍ୟ ସରକାର ଗାଇଡଲାଇନ ଜାରି କରିଛନ୍ତି । ଏହି ଗାଇଡଲାଇନ ଅନୁସାରେ ବାହାଘର ଉତ୍ସବରେ ୨୦୦ ଲୋକଙ୍କୁ ଅନୁମତି ଦିଆଯାଇଛି । ସେହିପରି ଅନ୍ତିମ ସଂସ୍କାରରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ ବୋଲି କୁହାଯାଇଛି । ଏହି ସମୟରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ଭଳି ନିୟମ ପାଳନ କରାଯିବ । ଏହାସହ କୋଭିଡ କଟକଣା ମଧ୍ୟରେ ମୁକ୍ତାକାଶ ମଞ୍ଚ ମଧ୍ୟ ଖୋଲିବାକୁ ଅନୁମତି ଦିଆଯାଇଛି ।

କଣ୍ଟେନମେଣ୍ଟ ଜୋନରେ ଲଡଡାଉନ ବଳବତ୍ତର ରହିବ । ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନରଙ୍କ ଦ୍ୱାରା ଅବରୋଧ ଅଞ୍ଚଳ ଚିହ୍ନଟ ହେବ । ଅନ୍ୟପକ୍ଷରେ ସିନେମା ହଲ, ସୁଇମିଂ ପୁଲ, ଓ ଥିଏଟର ନଭେମ୍ବର ୧୫ ଯାଏଁ ବନ୍ଦ ରହିବ । ସେହିପରି ଅନ୍ତର୍ଜାତୀୟ ବିମାନ ଉଡାଣ ଉପରେ କଟକଣା ଲଗାଯାଇଛି ।

ରାଜ୍ୟରେ ନଭେମ୍ବର ୧୬ରୁ ସ୍କୁଲ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର । କେବଳ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ପିଲା ସ୍କୁଲ ଆସିବେ । ଅନ୍ୟ ଶ୍ରେଣି ପାଇଁ ନଭେମ୍ବର ୩୦ ପାଏଁ ସ୍କୁଲ ବନ୍ଦ ରହିବ । ସେହିପରି ସ୍ଥାନୀୟ ପ୍ରଶାସନର ଅନୁମତି ନେଇ ମନ୍ଦିର ଖୋଲିବାକୁ ଗାଇଡଲାଇନରେ କୁହାଯାଇଛି ।