ରାଜ୍ୟରେ ଖୋଲିବ ୨୦୦ ଗୋଶାଳା । ଗୋଚାଲାଣ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ମତ୍ସ୍ୟ ଓ ପଶୁ ସମ୍ପଦକୁ ନେଇ କଣ ରହିଛି ରୋଡମ୍ୟାପ, ସୂଚନା ଦେଲେ ମନ୍ତ୍ରୀ ।

218

କନକ ବ୍ୟୁରୋ : ରାଜ୍ୟରେ ଖୋଲାଯିବ ୨୦୦ ଗୋଶାଳା । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସେହିଭଳି ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ପଶୁ ମାନଙ୍କର ଚିକିତ୍ସା ପାଇଁ ଭ୍ରାମ୍ୟମାଣ ଚିକିତ୍ସାଳୟ ଖୋଲାଯିବ । କେବଳ ଏତିକି ନୁହେଁ ରାଜ୍ୟରେ ବଢି ଚାଲିଥିବା ଗୋଚାଲାଣକୁ ରୋକିବା ପାଇଁ ସ୍ୱତନ୍ତ୍ର ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି । ଗୋଚାଳାଣ କରୁଥିବା ବ୍ୟକ୍ତିଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଏହାସହ ମନ୍ତ୍ରୀ ଗୋକୁଳାନନ୍ଦ କହିଛନ୍ତି, ମତ୍ସ୍ୟ ଉତ୍ପାଦନ ବୃଦ୍ଧି କରିବା ସହ ମତ୍ସ୍ୟଜୀବୀଙ୍କର ବିଭିନ୍ନ ସମସ୍ୟାର ସମାଧାନ କରିବା ଦିଗରେ ବିଭାଗକୁ କାମ କରିବାକୁ ନିର୍ଦ୍ଦେଶ ଦେଇଛୁ । ଗ୍ରାମାଞ୍ଚଳରେ ମତ୍ସ୍ୟଜୀବୀଙ୍କ ପାଇଁ ଶୀତଳଭଣ୍ଡାର ନିର୍ମାଣ କରିବା ଦିଗରେ ଗୁରୁତ୍ୱ ଦେଉଛୁ । ନିର୍ବାଚନ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ପୂରା କରିବାକୁ ପ୍ରାଥମିକତା ଦେବୁ । ଏମଏସଏମଇ ଜରିଆରେ ଯୁବକଙ୍କୁ କିଭଳି ଆତ୍ମନିର୍ଭର କରାଯିବ ତାହା ଉପରେ ସରକାର ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।