ଭାରତ ଆସିବା ପାଇଁ ଚୀନ ଛାଡିବେ ୨୦୦ କମ୍ପାନୀ !

Advertisment
ଭାରତ ଆସିବା ପାଇଁ ଚୀନ ଛାଡିବେ ୨୦୦ କମ୍ପାନୀ !

image courtesy - www.oneindia.com

କନକ ବ୍ୟୁରୋ : ଚୀନରେ ଦୀର୍ଘବର୍ଷ ହେଲା ଉତ୍ପାଦନ କେନ୍ଦ୍ର ସ୍ଥାପନ କରିଥିବା ଆମେରିକୀୟ କମ୍ପାନି ଏବେ ସେହି ଦେଶ ଛାଡ଼ିବାକୁ ବସିଛନ୍ତି। ସେମାନେ ଚୀନ ପରିବର୍ତ୍ତେ ଅନ୍ୟ କେଉଁଠିକି ଯିବେ ସେ ନେଇ ଯୋଜନା ଚଳାଇଛନ୍ତି। ତେବେ ସାଧାରଣ ନିର୍ବାଚନ ପରେ ଏହି କମ୍ପାନି ଗୁଡ଼ିକ ଭାରତ ମୁହାଁ ହେବେ ବୋଲି କୁହାଯାଉଛି। ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଲବି କରୁଥିବା ଗ୍ରୁପ୍ ୟୁଏସ-ଇଣ୍ଡିଆ ଷ୍ଟ୍ରାଟେଜିକ୍ ଆଣ୍ଡ୍ ପାର୍ଟନରସିପ୍ ଫୋରମ୍ (ୟୁଏସଆଇଏସପିଏଫ) ପକ୍ଷରୁ ଏହା କୁହାଯାଇଛି। ଚୀନ ପରିବର୍ତ୍ତେ ବିକଳ୍ପ ସ୍ଥାନ ଖୋଜୁଥିବା ଆମେରିକୀୟ କମ୍ପାନିଙ୍କ ପାଇଁ ଭାରତ ହିଁ ଏକ ଭଲ ବିକଳ୍ପ ହେବ।

china and india image courtesy-https://quintype-01.imgix.net

ଗ୍ରୁପର ଅଧ୍ୟକ୍ଷ ମୁକେଶ ଅଘି କହିଛନ୍ତି, ଅନେକ କମ୍ପାନି ଏ ସମ୍ପର୍କରେ ତାଙ୍କ ସହିତ ଆଲୋଚନା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ପରେ ଭାରତରେ ଗଠନ ହେବାକୁ ଥିବା ନୂଆ ସରକାରଙ୍କୁ ୟୁଏସଆଇଏସପିଏଫ୍ ପକ୍ଷରୁ ଏକ ସୁପାରିସ ରିପୋର୍ଟ ପ୍ରଦାନ କରାଯିବ। ଏଥିରେ ସଂସ୍କାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ସହିତ ନିଷ୍ପତ୍ତି ନେବା ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବା ଲାଗି କୁହାଯିବ। ନିବେଶକୁ ଆକୃଷ୍ଟ କରିବା ପାଇଁ ଭାରତର ନୂଆ ସରକାର କ’ଣ କରିବା ଆବଶ୍ୟକ ବୋଲି ପ୍ରଶ୍ନ ହେବାରୁ ଶ୍ରୀ ଅଘି କହିଛନ୍ତି, ସଂସ୍କାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ହେବ। ଏଥିସହିତ ନିର୍ଣ୍ଣୟ ନେବା ପ୍ରକ୍ରିୟାରେ ପାରଦର୍ଶିତା ଏବଂ ଅଧିକରୁ ଅଧିକ ଗୋଷ୍ଠୀ ସହିତ ବିଚାରବିମର୍ଶ ଉପରେ ଜୋର୍ ଦେବା ଉଚିତ।

ଏଥି ସହିତ ଭାରତ ଏବଂ ଆମେରିକା ମଧ୍ୟରେ ମୁକ୍ତ ବାଣିଜ୍ୟ ରାଜିନାମା (ଏଫଟିଏ) ପାଇଁ ମଧ୍ୟ ସେ ମତ ଦେଇଛନ୍ତି। ଜମିଠାରୁ ଆରମ୍ଭ କରି ସୀମା ଶୁଳ୍କ ଏବଂ ଯୋଗାଣ ଶୃଙ୍ଖଳରେ ଉନ୍ନତି ଆଦି ଗୁରୁତ୍ବପୂର୍ଣ୍ଣ ବିଷୟ। ଚୀନରୁ ଭାରତକୁ ଶସ୍ତାରେ ସାମଗ୍ରୀ ରପ୍ତାନି ହେଉଥିବା ବିଷୟକୁ ନେଇ ଭାରତ ଯଦି ଚିନ୍ତିତ ରହିଛି ତାହେଲେ ଭାରତ ଏବଂ ଆମେରିକା ମଧ୍ୟରେ ଏଫଟିଏ ସେହି ସମସ୍ୟାର ସମାଧାନ କରିପାରିବ। ଭାରତ ନିଜକୁ ଏକ ଉତ୍ପାଦନ କେନ୍ଦ୍ରରେ ପରିଣତ କରିବାକୁ ହେଲେ କଣ କରିବା ଆବଶ୍ୟକ ବୋଲି ସେଥିନେଇ ସିସକୋର ବରିଷ୍ଠ ଅଧିକାରୀ ଜନ୍ କେର୍ଣ୍ଣଙ୍କ ଅଧ୍ୟକ୍ଷତାରେ ଏକ କମିଟି ୟୁଏସଆଇଏସପିଏଫ ପକ୍ଷରୁ ଗଠନ କରାଯାଇଛି। ନିର୍ବାଚନ ଶେଷ ହେବା ବେଳକୁ ଏହି କମିଟି ଏହାର ସୁପାରିସ ପ୍ରସ୍ତୁତ କରିସାରିଥିବା ବୋଲି ଆଶା କରାଯାଉଥିବା ଶ୍ରୀ ଅଘି କହିଛନ୍ତି। ତେବେ ଏହି କମ୍ପାନି ଗୁଡ଼ିକ ଭାରତ ଆସିଲେ କେତେ ନିବେଶ ଆସିବ ବୋଲି ପ୍ରଶ୍ନ ହେବାରୁ ସେ କହିଲେ ବିପୁଳ ପରିମାଣର ନିବେଶ ଆସିବ। ଗତ ୪ ବର୍ଷ ମଧ୍ୟରେ ତାଙ୍କର ସଦସ୍ୟ କମ୍ପାନି ଗୁଡ଼ିକ ୫୦ ବିଲିଅନ ଡଲାରରୁ ଅଧିକ ନିବେଶ କରିଛନ୍ତି ବୋଲି ଶ୍ରୀ ଅଘି ସୂଚନା ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe