୩ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ୍। ଚଳନ୍ତା କାରରେ ବିଧବାଙ୍କୁ କରିଥିଲେ ଗଣଦୁଷ୍କର୍ମ

281

କନକ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ଦୌରା ଜଜଙ୍କ ଅଦାଲତ ଗଣଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇଛି। ଚଳନ୍ତା କାରରେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ମାମଲାରେ ତିନି ଅଭିଯୁକ୍ତଙ୍କୁ ଦୋଷୀ ସାବ୍ଯସ୍ତ କରି ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ଜିଲ୍ଲା ଦୌରା ଜଜ୍ । ୨୯/୧୧/ ୨୦୧୬ ମସିହା ରାଜଗାଙ୍ଗପୁର ଥାନା ଅଞ୍ଚଳର ଜଣେ ବିଧବା ମହିଳା ଲାଞ୍ଜିବେର୍ଣ୍ଣା ସଂପର୍କୀୟଙ୍କ ଘରୁ ନିଜ ଘରକୁ ଫେରିବା ବାଟରେ ପଡୋଶୀ ସୋନୁ ସୋଏ, ଇନ୍ଦ୍ରୁ କେରକେଟା ଓ ପ୍ରବୀଣ ବାରଲା ଏକ କାରରେ ଆସି ଘରକୁ ଛାଡ଼ି ଦେବା ବାହାନାରେ ନେଇ ଘରକୁ ଯିବା ବାଟରେ ଚଳନ୍ତା କାର ଭିତରେ ଦୀର୍ଘ ୪ ଘଣ୍ଟା କାଳ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ତାପରେ ଘର ନିକଟ ରାସ୍ତା କଡ଼ରେ ଫୋଫାଡି ଦେଇ ଫେରାର ହୋଇଯାଇଥିଲେ।