କନକ ବ୍ୟୁରୋ: ନାବାଳିକା କଲେଜ ଛାତ୍ରୀକୁ ଗଣଦୁଷ୍କର୍ମ ଘଟଣାରେ ୪ଜଣ ଅଭିଯୁକ୍ତଙ୍କୁ ୨୦ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଶୁଣାଇଲେ ଯାଜପୁର ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ । ୨୦୨୧ ମସିହା କାଳିଆପାଣି ଥାନା ଅଞ୍ଚଳର ୧୭ବର୍ଷୀୟ କଲେଜ ପଢୁଆ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଏହି ମାମଲାର ଶୁଣାଣି କରି ୨୨ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଚାରି ଜଣ ଅଭିଯକ୍ତ ସନ୍ତୋଷ ପୃଷ୍ଟି, ଉମେଶ ମହନ୍ତ, ରବି ନାୟକ, ସତ୍ୟବ୍ରତ ବେହେରାଙ୍କୁ ୨୦ବର୍ଷ ଲେଖାଏଁ କାରାଦଣ୍ଡାଦେଶ ସହ ୧ଲକ୍ଷ ଲେଖାଏଁ ଜରିମାନା ଶୁଣାଇଛନ୍ତି କୋର୍ଟ। ଏଥି ସହିତ ପୀଡିତା ପରିବାରୁ ୬ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ଜିଲା ଆଇନ ସେବା ପ୍ରାଧିକରଣକୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଅଯାଇଛି।