କନକ ବ୍ୟୁରୋ: ୩୦ ବର୍ଷ ତଳେ ଭାରତ ଯେଉଁଠି ଥିଲା, ହୁଏତ ଆଜିର ଦିନରେ ବି ସେଇଠି ଅଛି । ୧୯୯୧ ମସିହାରେ ପ୍ରକାଶିତ ସମ୍ବାଦ ଏକ ରିପୋର୍ଟ, ସେହି ଘଟଣାର ଏକ ପ୍ରମାଣ ଦେଇଛି । ପଛୁଆ ଜାତିକୁ ସଂରକ୍ଷଣକୁ ବିରୋଧ କରି ଯେତେବେଳେ ହିଂସାକାଣ୍ଡ ଚରମ ସୀମାରେ ପହଞ୍ଚିଥିଲା, ଆଜି ସେଇ ଓବିସି ସଂରକ୍ଷଣକୁ ନେଇ ରାଜନୈତିକ ଦଳ ଭିତରେ ଟଣା ଓଟରା ଚାଲିଛି ।
- ରାଜନୀତିର ପଶାପାଲିରେ ସଂରକ୍ଷଣ
- ପଛୁଆ ବର୍ଗଙ୍କୁ ନେଇ ତେଜିଲା ରାଜନୀତି
ମଣ୍ଡଳ କମିଶନଙ୍କ ନିଷ୍ପତ୍ତିକୁ ବିରୋଧ କରି ସେତେବେଳେ ସୁପ୍ରିମକୋର୍ଟ ଯାଏଁ ଯାଇଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ। ଗରିବର କୌଣସି ଜାତି ନାହିଁର ଆହ୍ୱାନ ଦେଇ ସଂରକ୍ଷଣକୁ ବିରୋଧ କରାଯାଇଥିଲା କିନ୍ତୁ ଏବେ ଚିତ୍ର ବଦଳି ଯାଇଛି । ଜାତି ଭିତ୍ତିରେ ସଂରକ୍ଷଣ ଦେବା ପାଇଁ ପ୍ରତିଯୋଗିତା ଚାଲିଛି ଆଉ ଏନେଇ ସଂସଦରେ ବିଲ୍ ବି ପାରିତ ହେବା ପରେ ୫୦% ସଂରକ୍ଷଣର ସୀମାକୁ ହଟାଇବା ପାଇଁ ନୂଆ ଗାଇଡଲାଇନ୍ ଆଣିବାକୁ ଦାବି କରିଛି ବିଜେଡି । ଶାସକ ଦଳର ଏହି ଦାବି ପରେ ରାଜ୍ୟ ସରକାରଙ୍କ ଅଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି ଆଉ କଂଗ୍ରେସ ଉଭୟ ବିଜେପି ଓ ବିଜେଡିକୁ ସମାଲୋଚନା କରିଛି ।
ଯେଉଁ ଢ଼ଙ୍ଗରେ ସଂରକ୍ଷଣ ପରିସରକୁ ବଢ଼ାଯାଉଛି, ଏହାକୁ କାର୍ଯ୍ୟକାରୀ କରିବାକୁ ହେଲେ ସରକାରଙ୍କୁ ନିର୍ଦ୍ଧାରିତ ଥିବା ୫୦% ସଂରକ୍ଷଣ ସୀମାର ପରିସରକୁ ବଢ଼ାଇବାକୁ ପଡ଼ିବ । କିନ୍ତୁ ଏହି ସଂରକ୍ଷଣ ଭିତରେ ଯୋଗ୍ୟ ଓ ମେଧା ପିଲାଙ୍କ ସ୍ୱାର୍ଥ ଯେମିତି ବଳି ପଡ଼ିନଯିବ, ସେ ଉପରେ ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/08/14-14.jpg)