ଭୁବନେଶ୍ୱରରେ ପହଞ୍ଚିଲା ମାସ୍କ । କରୋନା ମୁକାବିଲା ପାଇଁ ସ୍ୱତନ୍ତ୍ର ବିମାନ ଯୋଗେ ୨୦ ହଜାର ଏନ-୯୫ ମାସ୍କ ସହ ୨୦ ଲକ୍ଷ ତ୍ରିସ୍ତରୀୟ ମାସ୍କ ବି ପହଞ୍ଚିଲା

2,762

କନକ ବ୍ୟୁରୋ: ଭୁବନେଶ୍ୱରରେ ପହଞ୍ଚିଲା ମାସ୍କ । ସ୍ୱତନ୍ତ୍ର ବିମାନ ଯୋଗେ ଏନ-୯୫ ମାସ୍କ ଭୁବନେଶ୍ୱରରେ ପହଞ୍ଚିଲା । କରୋନା ମୁକାବିଲା ପାଇଁ ୨୦ ହଜାର ଏନ-୯୫ ମାସ୍କ ସ୍ୱତନ୍ତ୍ର ବିମାନରେ ଆସିଲା । ଏଥିସହ ୨୦ ଲକ୍ଷ ତ୍ରିସ୍ତରୀୟ ମାସ୍କ ବି ରାଜ୍ୟ ଔଷଧ ନିଗମର କେନ୍ଦ୍ରୀୟ ଔଷଧ ଭଣ୍ଡାରରେ ପହଞ୍ଚାଯାଇଛି ।

ତେବେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ସବୁ ଦିଗରୁ ପ୍ରଚେଷ୍ଠା ଚଳାଇଥିବା ବେଳେ ବଜାରରେ ମାସ୍କର ଅଭାବ ଦେଖି ଆଜି ସ୍ୱତନ୍ତ୍ର ବିମାନରେ ଆଣିଛନ୍ତି । ଜାନୁଆରୀ ମାସରୁ ପର୍ଯ୍ୟାୟକ୍ରମେ କେନ୍ଦ୍ରୀୟ ଔଷଧ ନିଗମକୁ ମାସ୍କ କିଣିବା ପାଇଁ ଅର୍ଡର ଦେଇଥିଲା ରାଜ୍ୟ ଔଷଧ ନିଗମ । ଆଉ ଶେଷରେ ଆଜି ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଛି ମାସ୍କ ।

ଗତ କିଛି ଦିନ ତଳେ କରୋନା ମୁକାବିଲା ପାଇଁ ଲୋକେ ମାସ୍କ ଏବଂ ସାନିଟାଇଜର କିଣିବା ପାଇଁ ଔଷଧ ଦୋକାନରେ ଲମ୍ବା ଲାଇନ ଲଗାଇଥିଲେ । ଏମିତିକି ଲୋକେ ଆବଶ୍ୟକତା ଠାରୁ ଅଧିକ କିଣି ନେବା ପରେ ଖାଲି ଭୁବନେଶ୍ୱରରେ ନୁହେଁ ସାରା ଓଡିଶାରେ ମାସ୍କର ଘୋର ଅଭାବ ଦେଖାଦେଇଥିଲା । ବଜାରରେ ମାସ୍କର ଚାହିତ ଅଧିକ ଥିବାରୁ ଦୋକାନୀ ମାନେ ମଧ୍ୟ ଚଢା ଦରରେ ବିିକ୍ରି କରୁଥିବା ଅଭିଯୋଗ ହେଉଥିଲା । ତେବେ ମାସ୍କର ଅଭାବ ଓ ଆବଶ୍ୟକତା ଦେଖି କିଛି ଲୋକ କପଡାରେ ମାସ୍କ ସିଲେଇ କରି ସାଧାରଣ ଲୋକଙ୍କୁ ମାଗଣାରେ ବାଣ୍ଟିଥିଲେ । ଆଉ ଆଜି ଭୁବନେଶ୍ୱରରେ ପହଞ୍ଚିଛି ମାସ୍କ ।