କନକ ବ୍ୟୁରୋ: ଯାଜପୁର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଭେଟିଛନ୍ତି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ତହସିଲଦାର ଆଶୋକ ମାଝି । ମୃତକଙ୍କ ପରିବାରକୁ ଭେଟି ୨୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି ତହସିଲଦାର ।

Advertisment

ଗତକାଲି ଟ୍ରେନ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଗତକାଲି ବିଳମ୍ବିତ ରାତିରେ ଗାଁରେ ମୃତଦେହ ପହଂଚିଥିଲା । ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଯିବା ପରେ ମରଶରୀରକୁ ଓଶଳା ଗାଁକୁ ନିଆଯାଇଥିଲା । ପରେ ଗାଁରେ ଶୋକାକୁଳ ପରିବେଶ ରହିଛି । ଆତ୍ମିୟ ସ୍ୱଜନଙ୍କୁ ହରାଇ ଭାଙ୍ଗିପଡ଼ିଛନ୍ତି ପରିବାର ଲୋକେ ।