କନକ ବ୍ୟୁରୋ : ଭୁବନେଶ୍ୱର ଅଶୋକ ନଗର ଭେଣ୍ଡିଂ ଜୋନରେ ଥିବା ୨୦ ଦୋକାନ କରେଣ୍ଟ ଚାର୍ଜ । ବରା, ପିଆଜିକୁ ଛୁଇଁଲେ ମାରିଲା କରେଣ୍ଟ । ଛିଟିକି ପଡ଼ିଲେ ୧୨ ଦୋକାନୀ ଓ ଗ୍ରାହକ । ଆଉ କିଛି ସମୟ ବିଳମ୍ବ ହୋଇଥିଲେ ହୁଏତ ଜୀବନ ଚାଲିଯାଇଥାନ୍ତା । ହେଲେ ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ବର୍ଷା ଯୋଗୁ ଆର୍ଥିଂରେ ସଟସର୍କିଟ୍ ହୋଇଥିଲା ।

Advertisment

ଦୋକାନରେ ଥିବା ଦୋକାନୀ ଓ ଗ୍ରାହକଙ୍କୁ ଲାଗିଥିଲା ଝଟକା । ଦୋକାନୀ ଓ ଗ୍ରାହକ ଛିଟିକି ପଡ଼ିଥିଲେ । ଦୋକାନରେ ଥିବା ଖାଦ୍ୟ ପଦାର୍ଥ ଓ ଆସବାବପତ୍ର କରେଣ୍ଟ ଚାର୍ଜ ହୋଇଯାଇଥିଲା । କ’ଣ ହୋଇଛି ବୋଲି କେହି କିଛି ବୁଝି ପାରିନଥିଲେ । ଏ ସମ୍ପର୍କରେ ତୁରନ୍ତ ବିଦ୍ୟୁତ ବିଭାଗକୁ ଅବଗତ କରାଯାଇଥିଲା । ବିଦ୍ୟୁତ୍ ବିଭାଗ କର୍ମଚାରୀ ତୁରନ୍ତ ପହଞ୍ଚି ମରାମତି କରିବା ପରେ ଅବସ୍ଥା ସ୍ୱାଭାବିକ ହୋଇଥିଲା ।