ହିତାଧିକାରୀଙ୍କ ଠାରୁ ପ୍ରମାଣପତ୍ର ପାଇଁ ଟଙ୍କା ନେଉଛନ୍ତି ସରକାରୀ ବାବୁ । ୨୦ ଟଙ୍କା ଦେଲେ ମିଳୁଛି କାଳିଆ ଟଙ୍କା

ପିପିଲି କଣାସ ଦୟାବିହାର ଅଂଚଳରୁ ଆସିଛି ଏଭଳି ଅଭିଯୋଗ

160

କନକ ବ୍ୟୁରୋ : ସରକାରୀ ସହାୟତାରୁ ବାଦ୍ ପଡିଥିବା ହିତାଧିକାରୀଙ୍କ ଠାରୁ ପ୍ରମାଣପତ୍ର ପାଇଁ ଟଙ୍କା ନେଉଛନ୍ତି ସରକାରୀ ବାବୁ । ୨୦ ଟଙ୍କା ଦେଲେ ମିଳୁଛି କାଳିଆ ଟଙ୍କା । ପିପିଲି କଣାସ ଦୟାବିହାର ଅଂଚଳରୁ ଆସିଛି ଏଭଳି ଅଭିଯୋଗ । ଅନ୍ୟପଟେ ଏହି ଘଟଣା ସାମ୍ନାକୁ ଆସିବା ପରେ କୃଷି ଅଧିକାରୀ କହିଛନ୍ତି, ଘଟଣାର ଅନୁଧ୍ୟନ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ । ହିତାଧିକାରୀ ମାନେ ଟଙ୍କା ଦେଇ ସରକାରୀ କାର୍ଯ୍ୟ କରିବେ । ତେବେ ସରକାରୀ କର୍ମଚାରୀ ମାନେ ଦରମା କାହିଁକି ନେବେ ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକ ।

ଏପଟେ କୃଷି କାର୍ଯ୍ୟାଳୟର ଅଧିକାରୀ କହିଛନ୍ତି ଡ଼କୁମେଂଟ ଆଦାୟ ସହ ଭେରିଫିକେସନ କରାଯାଉଛି । କିନ୍ତୁ ଟଙ୍କା ଆଦାୟ ପାଇଁ କୁହାଯାଇନାହିଁ । ଆମ ପାଖକୁ ଅଭିଯୋଗ ଆସିଛି ,ଉପରିସ୍ତ ଅଧିକାରୀଙ୍କ ସହ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କୃଷି ଅଧିକାରୀ । ଗାଁ ଗହଳି ଲୋକ ଆଧାରକାର୍ଡ଼ ଜେରକ୍ସ ସହିତ ୨୦ ଟଙ୍କା ଲେଖାଏଁ ଦେଉଛନ୍ତି । ସରକାରୀ ବାବୁ ଜଣଙ୍କ କହୁଛନ୍ତିି, ଟଙ୍କା ଦେବାକୁ ପଡ଼ିବ ଗାଡ଼ି କ’ଣ ପାଣିରେ ଚାଲୁଛି । ବାବୁ ଜଣଙ୍କ ଦୋକାନ ଦୁଆରେ ବସି ଅନୁଧ୍ୟାନ କରୁଛନ୍ତି । ହିତାଧିକାରୀ ମାନେ ହାତରେ ଆଧାରକାର୍ଡ଼ ଓ ୨୦ ଟଙ୍କା ଧରି ତାଙ୍କ ଚାରିପଟେ ଘେରି ରହିଛନ୍ତି । ଏଭଳି ଘଟଣାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।