କନକ ବ୍ୟୁରୋ: ଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଫୁଡ୍ ପଏଜନିଂ ଅଭିଯୋଗ । ଟ୍ରେନରେ ଖାଦ୍ୟ ଖାଇଥିବା ଅନେକ ଯାତ୍ରୀ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । ବିଶେଷ କରି ଆମିଷ ଖାଇଥିବା ଯାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡିଛି ।
ଘଟଣା ନେଇ ଅଭିଯୋଗ ପରେ ବୋକାରୋ ଷ୍ଟେସନରେ ଟ୍ରେନ୍ ରହିଥିଲା । ଏଠାରେ ଡାକ୍ତରୀ ଟିମ୍ ଅସୁସ୍ଥ ଯାତ୍ରୀଙ୍କ ଚିକିତ୍ସା କରିଛନ୍ତି । ଗତକାଲି ଅପରାହ୍ନ ୫ଟା ୫୫ ମିନିଟରେ ଦିଲ୍ଲୀ ଛାଡିଥିଲା ରାଜଧାନୀ ଏକ୍ସପ୍ରେସ । ଟ୍ରେନ୍ ନଂବର ୨୨୮୨୪ ରେ ଆସୁଥିବା ଯାତ୍ରୀ ଏହି ଫୁଡ ପଏଜନିଂର ଶିକାର ହୋଇଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/2-300x157.jpg)