ସ୍କ୍ରବ ଟାଇଫସ୍, ଦିନକରେ ୨୦ ଆକ୍ରାନ୍ତ ଚିହ୍ନଟ : ଜିଲ୍ଲାରେ ୨୯୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

161

କନକ ବ୍ୟୁରୋ : ସୁନ୍ଦରଗଡରେ ସ୍କ୍ରବ୍‌ ଟାଇଫସ୍‌ ରୋଗ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଲାଣି । ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି ସିନା କମିବାର ନାଁ ନେଉନି । ବୁଧବାର ସୁଦ୍ଧା ଜିଲ୍ଲାରେ ୨୯୨ ଜଣ ସ୍କ୍ରବ୍‌ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରେ ଗତ ଜାନୁଆରି ମାସରେ ପ୍ରଥମ ସ୍କ୍ରବ୍‌ ଟାଇଫସ୍‌ ରୋଗୀ ଚିହ୍ନଟ ହୋଇଥିଲା । ପରବର୍ତ୍ତୀ ସମୟରେ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିଲା ।

କିନ୍ତୁ ଅଗଷ୍ଟ ମାସରୁ ସଂଖ୍ୟାରେ ଆଖିଦୃଶିଆ ବୃଦ୍ଧି ଘଟୁଛି। ଉଲ୍ଲେଖଯୋଗ୍ୟ, ଗତ ତିନି ଦିନରେ ୪୨ ଜଣ ନୂଆ ସ୍କ୍ରବ୍‌ ଟାଇଫସ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୁରୁବାର ଦିନ ମୋଟ୍‌ ୪୭ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଶୁକ୍ରବାର ଜିଲ୍ଲାରେ ୭୪ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୨୦ ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଅର୍ଥାତ୍‌, ଆଜି ଜିଲ୍ଲାରେ ପଜିଟିଭ୍‌ ହାର ୨୭.୦୨% ରହିଛି। ସେହିଭଳି ବୁଧବାର ୬୯ଟି ନମୁନା ପରୀକ୍ଷା କରାଯାଇଥିବାବେଳେ ୧୩ଟି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।