ଗତବର୍ଷ ସେପ୍ଟେମ୍ବର ମାସରୁ ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁରେ ପାଖାପାଖି ୧୦୦ କୋଟି ଜୀବଜନ୍ତୁଙ୍କ ଜୀବନ ଯାଇଥିବା ବେଳେ ୨୪ ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଛି । /kanak/media/post_attachments/wp-content/uploads/2020/01/5-8-300x224.jpg)
ନିଆଁର ଆଁକୁ ଚାଲିଯାଇଛନ୍ତି ଅନେକ ଅଗ୍ନିଶମ ବିଭାଗ କର୍ମଚାରୀ । ଜଙ୍ଗଲକୁ ବଞ୍ଚାଉ ବଞ୍ଚାଉ ଜୀବନର ବାଜି ଲଗାଇ ଦେଇଛନ୍ତି ଏହି ରିୟଲ୍ ଲାଇଫ୍ ହିରୋମାନେ । ସୋସିଆଲ୍ ମିଡିଆରେ ବର୍ତ୍ତମାନ ଏଭଳି ଜଣେ ହିରୋଙ୍କ ଚର୍ଚ୍ଚା ଚାଲିଛି ଯେ ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ଭୟଙ୍କର ନିଆଁକୁ ଆୟତ୍ତ କରୁ କରୁ ନିଜେ ନିଆଁ ଆକ୍ରୋଶର ଶିକାର ହୋଇଥିଲେ । /kanak/media/post_attachments/wp-content/uploads/2020/01/2-3-1-300x224.jpg)
Andrew O’ Dwyer ଏବଂ ତାଙ୍କ ସହକର୍ମୀ ନିଆଁକୁ ଆୟତ୍ତ କରୁଥିବା ସମୟରେ ତାଙ୍କ ଟ୍ରକ୍ ଉପରେ ଏକ ବଡ ଗଛ ପଡିଯାଇଥିଲା । ଯେଉଁଥିରୁ ବାହାରିବା ଦୁହିଁଙ୍କ ପାଇଁ କଷ୍ଟକର ହୋଇପଡିଥିଲା । ଧୂଆଁ ଏବଂ ଶ୍ୱାସରୁଦ୍ଧ କାରଣରୁ ଦୁହିଁଙ୍କ ଜୀବନ ସେଠାରେ ଚାଲିଯାଇଥିଲା । ତେବେ Andrew ଙ୍କ ୨୦ ମାସର ଝିଅ ଏବଂ ତାଙ୍କ ପତ୍ନୀ ତାଙ୍କୁ ଶେଷ ଦର୍ଶନ କରିବା ପାଇଁ ଚର୍ଚ୍ଚରେ ଯେତେବେଳେ ପହଁଚିଥିଲେ । ଉପସ୍ଥିତ ସବୁ ଲୋକଙ୍କ ଆଖିରେ ଲୁହ ଆସିଯାଇଥିଲା । /kanak/media/post_attachments/wp-content/uploads/2020/01/4-1-1-300x224.jpg)
Andrew ଙ୍କ ୨୦ ମାସର ଝିଅ Charlotte O’Dwyer ପିତାଙ୍କ ହେଲମେଟ୍ ପିନ୍ଧି ତାଙ୍କୁ ଶେଷ ବିଦାୟ ଦେଲେ । Charlotte ଙ୍କୁ ପିତାଙ୍କ ମେଡାଲ୍ ମଧ୍ୟ ପିନ୍ଧାଇ ଦିଆଗଲା । ଏହି ସମୟରେ କୁନି ଝିଅଟିକୁ ପିତାଙ୍କ କଫିନ୍ ପାଖରେ ଦେଖିବାକୁ ମିଳିଥିଲା । ପିତାଙ୍କ କଫିନ୍ ଚାରିପଟେ ଖେଳୁଥିବା ଏହି କୁନି ଝିଅଟିକୁ ଦେଖି ଉପସ୍ଥିତ ଲୋକ ଏବଂ Andrew ଙ୍କ ପତ୍ନୀ ଭୋ’ଭୋ ହୋଇ କାନ୍ଦି ପକାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/1-6-1.jpg)
/kanak/media/post_attachments/wp-content/uploads/2020/01/3-2-1-300x224.jpg)